Videos
|
National

ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...

Manini Pattanayak
Browse all articles by Manini Pattanayak
·2 years ago·2 min read
ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...

ନୂଆଦିଲ୍ଲୀ:  ପୁଣି ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ ।  ଏ ଭବିଷ୍ୟବାଣୀ ଶୁଣିଲା ପରେ ପୁରା ବିଶ୍ଵରେ ହଇଚଇ ସୃଷ୍ଟି ହେଲାଣି । କାରଣ ବାବା କହିଛନ୍ତି, ଧ୍ଵଂସ ହୋଇଯିବ ପୁରା ବିଶ୍ଵ । ମୂଳପୋଛ ହେବ ଜୀବଜଗତ । ପୃଥିବୀର ଧ୍ଵଂସ ପରେ ମାନବଜାତି  ସୌରମଣ୍ଡଳ ଭିତରେ ଥିବା  ଅନ୍ୟ ଏକ ଗ୍ରହରେ ବସତି ସ୍ଥାପନ କରିବ ।  ଏହି ସମୟରେ ଏଲିଅନଙ୍କ ସହ ସମ୍ପର୍କ ସ୍ଥାପନ କରିବ ମଣିଷ । ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ । ଖାଲି ଏତିକି ନୁହେଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କହୁଛି ୟୁରୋପରେ ଏକ ବଡ ସଂଘର୍ଷ କାରଣରୁ  ହ୍ରାସ ପାଇବ ବିରାଟ ଜନସଂଖ୍ୟା .. ବାବାଙ୍କ ଏମିତି ଭବିଷ୍ୟବାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 ତେବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ଏଥିଲାଗି ଗୁରୁତ୍ୱ ଦିଆଯାଉଛି, କାରଣ ପୂର୍ବରୁ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି ।  ବିଗତ ଦିନରେ ମଧ୍ୟ ମାନବ ସମାଜ ପ୍ରତି ଆସିଥିବା  ବଡ ବଡ ବିପଦକୁ ପୂର୍ବରୁ ଜାଣି ପାରଥିଲେ ବାବା ଭେଙ୍ଗା ,...  ତେଣୁ   ବାବାଙ୍କ ଭେଙ୍ଗାଙ୍କର ଭବିଷ୍ୟବାଣିକୁ ସାରା ବିଶ୍ୱ ଗୁରୁତ୍ୱ ଦେଇଥାଏ।   ପୂର୍ବରୁ  ବାବା କରିଥିବା ଭବିଷ୍ୟବାଣୀମାନଙ୍କ ମଧ୍ୟରେ  ସବୁଠୁ ବଡ ଭବିଷ୍ୟବାଣୀ ଥିଲା ୨୦୦୧ ସେପ୍ଟେମ୍ବର ୧୧  ନ୍ୟୁୟର୍କର ଟ୍ୱିନ୍‌ ଟାଓ୍ୱାର୍ସରେ ହୋଇଥିଲା ଆକ୍ରମଣ ।   ସେହିପରି  ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି।  ତେଣୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଆସିଲା ମାତ୍ରକେ ଲୋକେ ଆତଙ୍କୀତ ହୋଇଯାଅନ୍ତି। ପୁଣି କି ବିପଦ ଆସିବ ପୃଥିବୀକୁ  ବୋଲି   ଘୋର ଚିନ୍ତା ଆଉ ଭୟରେ ପଡିଯାଅନ୍ତି ଲୋକେ    । ତେବେ ସବୁଠାରୁ ବଡ଼ କଥା ହେଲା ବାବା ଭେଙ୍ଗା ଏବେ ଆଉ ଜୀବତ ନାହାନ୍ତି । କିନ୍ତୁ ସେ ବିଶ୍ୱର ଭବିଷ୍ୟତ ନେଇ ଯାହା ଲେଖିଛନ୍ତି ତାହା ଧିରେ ଧିରେ ସାମ୍ନାକୁ ଆସୁଛି । ଆଉ ଲୋକଙ୍କୁ ଚକିତ କରୁଛି ।

ବାବା ଭେଙ୍ଗା ୧୨ ବର୍ଷରୁ ହରାଇଥିଲେ ଆଖିର ଜ୍ୟୋତି 

ଭେଙ୍ଗା ବାବା  ଜୀବତ ନାହାଁନ୍ତି ସତ କିନ୍ତୁ ସେ କରିଯାଇଥିବା ଭବିଷ୍ୟବାଣୀ  ସତ୍ୟ ହେବାରେ ଲାଗିଛି।  ତେବେ କୁହାଯାଏ  ବାବା ଯେତେବେଳେ ତାଙ୍କର ଦୃଷ୍ଟିଶକ୍ତି ହରାଇଲେ ଭବିଷ୍ୟବାଣୀ କରିବକାକୁ ତାଙ୍କୁ ଆହୁରି ଶକ୍ତି ମିଳିଲା। ବାବା ଭେଙ୍ଗା ବୁଲଗେରିଆର ରହସ୍ୟମୟ ଥିଲେ.. ଆଉ ଭିକାରୀ ଭାବେ ଜୀବନ ବଞ୍ଚଥିଲେ। ୧୨ ବର୍ଷ ବୟସରେ ଅନ୍ଧ ହୋଇଯାଇଥିଲେ।  ତେବେ ବାବା ଭେଙ୍ଗାଙ୍କ କହିବାନୁଯାୟୀ ଯେତେବେଳେ ଆଖିରୁ ଜ୍ୟୋତି ଚାଲିଗଲା ତା ପରେ ପରେ ଭବିଷ୍ୟବାଣୀ କରିବାକୁ  ଏକ  ଅଦୃଶ୍ୟ  ଶକ୍ତି  ମିଳିଗଲା।  ୧୯୯୬ରେ ୮୫ ବର୍ଷ ବୟସରେ ମୃତ୍ୟଘଟିଥିଲା ବାବା ଭେଙ୍ଗାଙ୍କର।   ମୃତ୍ୟୁ ପୂର୍ବରୁ ବାବା  ୫୦୭୯ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି। ସେଥିମଧ୍ୟରୁ କିଛି ସତ ହେଇଛି ।  ତେବେ ଜାରି କରାଯାଇଥିବା ଭାବାଙ୍କ ଭବିଷ୍ୟବାଣୀ ଏବେ ଚିନ୍ତାରେ ପକାଇଛି ବିଶ୍ୱବାସୀଙ୍କୁ। 
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: