Videos
|
National

ନାମ ପରିବର୍ତ୍ତନ ପାଇଁ ଆଲିଗଡ଼ ପୌର ନିଗମରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ

Banajyotshna Ray
Browse all articles by Banajyotshna Ray
·2 years ago
ନାମ ପରିବର୍ତ୍ତନ ପାଇଁ ଆଲିଗଡ଼ ପୌର ନିଗମରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶର ଆଲିଗଡ଼ ସହରର ନାମ ବଦଳି ହରିଗଡ଼ ହେବ। ଏହି ନାମ ପରିବର୍ତ୍ତନ ପାଇଁ ଆଲିଗଡ଼ ପୌର ନିଗମରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ଏବେ ସାକାର ହେବାକୁ ଯାଉଛି । ଏହି ନାମ ପରିବର୍ତ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ହେଲେ ଏହା ନୂଆ ନାମରେ ପରିଚିତ ହେବାକୁ ଉତ୍ତରପ୍ରଦେଶର ଆଉ ଏକ ପ୍ରମୁଖ ସହର ହେବ।

ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲ ସରାଇର ନାମ ପ୍ରରିବର୍ତ୍ତନ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର, ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା ରଖିଥିଲେ। ୧୭୪୦ରେ ମୋଗଲ କମାଣ୍ଡର ମିର୍ଜା ନଜାଫ୍‌ ‘କୋଲ’ ସହରର ନାମ ବଦଳାଇ ଆଲିଗଡ଼ ରଖିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Aligarh may be renamed as 'Harigarh' in UP likely to witness another name-changing spree | Argus News