ସେଦିନ ସାଙ୍ଗ ହୋଇ ଶପଥ ନେଇଥିଲେ। ହେଲେ ଆଜି ....

ସମୟ ବଡ ବଳବାନ। ସମୟ କାହାକୁ କେତେବେଳେ କୋଉଠି ନେଇ ପହଞ୍ଚାଏ ସେକଥା ସମୟ ଆସିଲେ ଜଣା ପଡେ। ଠିକ୍ ସେମିତି ରାଜନୀତିରେ। ସେଦିନ ଶପଥ ଗ୍ରହଣରେ ଶୁଭେଚ୍ଛୁଙ୍କ ତାଳିରେ କମ୍ପି ଉଠିଥିଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଡିଟୋରିୟମ। ଆଜି ଜନତାଙ୍କ ତାଳିରେ କମ୍ପୁଛି ରାମଲୀଲା ମୈଦାନ। କେବଳ ଫରକ ଏତିକି ସେଦିନର ଛାତ୍ରସଂଘ ସଭାପତି ଆଜି ପୂର୍ବତନ ବିଧାୟିକା ଆଉ ସମ୍ପାଦିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
୧୯୯୫ର ଏକ ଫଟୋକୁ ନେଇ ଏବେ ଶୋସିଆଲ ମିଡିଆରେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋରେ ଥିବା ଏହି ଦୁଇ ନେତ୍ରୀ ହେଉଛନ୍ତି ବର୍ତ୍ତମାନର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଆଉ ଜଣେ ହେଉଛନ୍ତି କଂଗ୍ରେସରୁ ପରାଜିତା ବିଧାୟିକା ପ୍ରାର୍ଥୀନୀ ଅଳକା ଲାମ୍ବା। ୧୯୯୫ ମସିହାରେ ଏହି ଦୁଇ ନେତ୍ରୀ ଥିଲେ ଦିଲ୍ଲୀ ୟୁନିଭରସିଟିର ଚର୍ଚ୍ଚିତ ଚେହେରା । ୧୯୯୫ ମସିହାରେ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂଘ ସଭାପତି ଭାବେ ବିଜୟ ହୋଇଥିଲେ ଅଳକା ଲାମ୍ବା। ଠିକ୍ ସେହି ବର୍ଷ ରେଖା ଗୁପ୍ତା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପିରୁ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ମହାସଚିବ ଭାବେ ବିଜୟୀ ହୋଇଥିଲେ।
ସେପଟେ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଅଳକା ଲାମ୍ବା। ଅଳକା ୨୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଜାତୀୟ କଂଗ୍ରେସରେ ବିଭିନ୍ନ ପଦବୀରେ ରହିବା ପରେ ୨୦୧୫ରେ, ଚାନ୍ଦିନୀ ଚୌକରୁ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦଳ ଭିତରେ ତାଙ୍କ ପ୍ରତି ଅସମ୍ମାନ ପ୍ରକାଶ କରି ସେ କଂଗ୍ରେସ ଛାଡି ଯୋଗ ଦିଅନ୍ତି ଆମ ଆଦମି ପାର୍ଟିରେ। ଆମ ଆଦର୍ମି ପାର୍ଟିରେ କିଛି ମାସ ରହିବା ପରେ ପୁଣି ବାହୁଡି ଥିଲେ କଂଗ୍ରେସକୁ। ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ବିଧାନସଭା ବାଚସ୍ପତି ତାଙ୍କୁ ୨୦୧୯ ରେ ଅଯୋଗ୍ୟ ଘୋଷଣା କରିଥିଲେ।
📱 Get Argus News App
✨ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା ହେବା ପରେ ୧୯୯୫ ମସିହାର ଫଟୋକୁ ଶୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପୁରୁଣା ଦିନର ସ୍ମୃତିକୁ ତାଜା କରିଛନ୍ତି ଅଳକା ଲାମ୍ବା।
1995 की यह यादगार तस्वीर - जब मैंने और रेखा गुप्ता ने एक साथ शपथ ग्रहण की थी-
— Alka Lamba 🇮🇳 (@LambaAlka) February 19, 2025
मैंने @nsui से दिल्ली विश्वविद्यालय छात्र संघ (DUSU) #अध्यक्ष पद पर जीत हासिल की थी और रेखा ने #ABVP से #महासचिव पद पर जीत हासिल की थी- रेखा गुप्ता को बधाई और शुभकामनाएँ.
दिल्ली को चौथी महिला… pic.twitter.com/csM1Rmwu9y
ଛାତ୍ର ରାଜନୀତି ହେଉଛି ରାଜନେତା ଜୀବନର ଏନ୍ତୁଡିଶାଳ। ଆଜି ଯେଉଁ ନେତାମାନେ ବଡବଡ ପଦବୀରେ ରହି ଦେଶ ବିକାଶର ମଙ୍ଗ ଧରିଛନ୍ତି ସେମାନଙ୍କ ରାଜନୀତି ଜୀବନର ଅୟାରମ୍ଭ ହେଉଛି ଛାତ୍ର ରାଜନୀତି। ରେଖା ଗୁପ୍ତା ନିଜ କଲେଜ କ୍ୟାରିୟରରୁ ଆରଏସସର ସକ୍ରିୟ ସଦସ୍ୟ ରହିଛନ୍ତି। ସଂଘର ଛାତ୍ର ସଂଗଠନ ଏବିଭିପିରୁ ଆରମ୍ଭ କରିଥିଲେ ତାଙ୍କ ରାଜନୈତିକ କ୍ୟାରିୟର। ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସାଧାରଣ ସମ୍ପାଦିକା ଓ ପରେ ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହୋଇଥିଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ସେକ୍ରେଟାରୀ। ତା ପରଠୁ ସେ ଆଉ ଫଛକୁ ଫେରି ନାହାନ୍ତି।
୨୦୦୩-୨୦୦୪ ଯାଏ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚା ସେକ୍ରେଟାରୀ, ୨୦୦୪ରୁ ୨୦୦୬ ଯୁବ ମୋର୍ଚ୍ଚା ନ୍ୟାସନାଲ ସେକ୍ରେଟାରୀ ରହିବା ପରେ ତିନିଥର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ କାଉନସିଲର ଭାବେ ଜିତନ୍ତି। ପରେ ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା ଦେଇ ବିଫଳ ହୁଅନ୍ତି। ହେଲେ ୨୦୨୫ ନିର୍ବାଚନରେ ଶାଲିମାରବାଗ ସିଟରୁ ଆମ ଆଦମି ପାର୍ଟିର ବନ୍ଦନା କୁମାରୀଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ପରାଜିତ କରି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।