Videos
|
National

ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ପହଲଗାମ ପ୍ରତିଶୋଧ ପରେ ଆଜି ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୃହମନ୍ତ୍ରୀ ଅମିତ୍ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିକଣ ରିଜିଜୁ ବି ଉପସ୍ଥିତ ରହିବେ । ଏହି ବୈଠକରେ ପହଲଗାମର ପ୍ରତିଶୋଧ ନେଇ ସବୁ ଦଳକୁ ଜଣାଇବେ କେନ୍ଦ୍ର ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଅନ୍ଧାର ରାତିରେ କେହି କିଛି ଭାବିବା ଆଗରୁ ଅତର୍କିତ ହେଲା ମିଜାଇଲ ମାଡ।


ଖସିଯିବାକୁ ସୁଯୋଗ ପାଇଲେନି ସୈତାନ । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ରାତି ଅଧିଆ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ ଆକ୍ରମଣ ପରେ ମୋଦୀ ଯାହା କହିଥିଲେ ତାହା କରି ଦେଖାଇଛନ୍ତି । ଆତଙ୍କବାଦୀଙ୍କ କଳ୍ପନାଠାରୁ ଅଧିକ ଜବାବ ମିଳିଛି । ଅପରେସନ ସିନ୍ଦୂରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । 'ଅପରେସନ୍ ସିନ୍ଦୂର'ର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
All-party meeting to be chaired by Rajnath Singh | Argus News