Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଦେଶରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ , ଫିଡବ୍ୟାକ୍ ନେଲେ ମୋଦି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିଦେଶରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ , ଫିଡବ୍ୟାକ୍ ନେଲେ ମୋଦି

Key Points

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସର୍ବଦଳୀୟ ଟିମ୍ ସଦସ୍ୟ
ବିଦେଶରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ
ପ୍ରତିନିଧି ଦଳ ସଦସ୍ୟଙ୍କଠାରୁ ଫିଡବ୍ୟାକ୍ ନେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ବର ୩୩ଟି ଦେଶକୁ ଯାଇ ଅପରେସନ୍ ସିନ୍ଦୂରର ବାର୍ତ୍ତା ରଖିଥିଲେ ୭ ପ୍ରତିନିଧି ଦଳ
ଆତଙ୍କବାଦ ପ୍ରୋତ୍ସାହନକାରୀ ପାକିସ୍ତାନର ମୁଖା ଖୋଲିବାରେ ଟିମ୍ ସଫଳ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ । ବିଶ୍ବର ୩୩ଟି ଦେଶକୁ ଯାଇ ଅପରେସନ୍ ସିନ୍ଦୂରର ବାର୍ତ୍ତା ରଖିଥିବା ୭ ପ୍ରତିନିଧି ଦଳ ସଦସ୍ୟଙ୍କ ସହ କଥା ହୋଇଛନ୍ତି ମୋଦି । ପ୍ରତିନିଧି ଦଳ ସଦସ୍ୟଙ୍କଠାରୁ ନେଇଛନ୍ତି ଫିଡବ୍ୟାକ୍ । ଅପରେସନ ସିନ୍ଦୁର ମାଧ୍ୟମରେ ବିଶ୍ବକୁ ବଡ଼ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି ପ୍ରତିନିଧି ମଣ୍ଡଳୀ । ଆଜି କୋଭିଡ ଟେଷ୍ଟ ପରେ ପ୍ରତିନିଧି ମଣ୍ଡଳୀ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ହୋଇଥିଲେ ସାମିଲ । ଅପରେସନ୍ ସିନ୍ଦୂରର ସଫଳତା ପରେ ବିଦେଶ ଯାଇ ପାକିସ୍ତାନର ମୁଖା ଖୋଲିଛନ୍ତି ସାଂସଦ, ପୂର୍ବତନ ସାଂସଦ, କୁଟନୀତିଜ୍ଞ ଓ ରାଜନୀତି ରଣନୀତିକାର । ପାକିସ୍ତାନ ଆତଙ୍କବାଦୀଙ୍କୁ ସିଧା ପ୍ରୋତ୍ସାହନ ଦେବାର ତଥ୍ୟ ଉପସ୍ଥାପନ ସହ ପାକିସ୍ତାନର ଅସଲ ଚେହେରା ଉପରୁ ହଟାଇଛନ୍ତି ପରଦା ।

ପ୍ରତିନିଧିମଣ୍ଡଳୀ ଆତଙ୍କବାଦର ସମସ୍ତ ରୂପ ସହ ଲଢ଼େଇ କରିବା ପାଇଁ ଭାରତର ରାଷ୍ଟ୍ରୀୟ ସହମତି ଏବଂ ଦୃଢ଼ ଦୃଷ୍ଟିକୋଣ ରଖିଛନ୍ତି । ଏହି ଟିମ୍ ବିଶ୍ବ ଆଗରେ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା ଉପସ୍ଥାପନ କରିବାରେ ସଫଳ ହୋଇଛି । ବିଶ୍ବର ୩୩ଟି ଦେଶକୁ ଯାଇ ଅପରେସନ୍ ସିନ୍ଦୂରର ବାର୍ତ୍ତା ରଖିଛନ୍ତି ୭ଟି ପ୍ରତିନିଧି ଦଳର ପ୍ରାୟ ୫୦ ସଦସ୍ୟ । ରବିଶଙ୍କର ପ୍ରସାଦ, ଶଶି ଥରୁର, ସଞ୍ଜୟ ଝା, କାନିମୋଈ, ସୁପ୍ରିୟା ସୁଲେ, ଶ୍ରୀକାନ୍ତ ସିନ୍ଦେ ଓ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ୭ଟି ପ୍ରତିନିଧି ଦଳ ୩୩ଟି ଦେଶକୁ ଗସ୍ତ କରିଥିଲେ । ପ୍ରତ୍ୟେକ ପ୍ରତିନିଧି ମଣ୍ଡଳୀ 5ଟି ଲେଖାଏ ଦେଶ ଗସ୍ତ କରିଥିଲେ । ମେ 23ରୁ ଆରମ୍ଭ ହୋଇଥିଲା ଏହି ଗସ୍ତ କାର୍ଯ୍ୟକ୍ରମ ।

ବିଶ୍ବ ଆଗରେ ଖୋଲି ସାରିଛି ପାକିସ୍ତାନର ଅସଲ ମୁଖା। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ କୂଟନୈତିକ ପ୍ରହାରରେ ଭାଙ୍ଗିଛି ଆତଙ୍କୀଙ୍କ ଅଣ୍ଟା । ଏପରି ପ୍ରଥମ ଥର ହୋଇଛି, ଭାରତ ସରକାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ବିଶ୍ବ ସାମ୍ନାରେ ଉପସ୍ଥାପନ କରିବା ପାଇଁ ବିଭିନ୍ନ ଦଳର ସାଂସଦଙ୍କ ପ୍ରତିନିଧିମଣ୍ଡଳୀକୁ ସାରା ବିଶ୍ବକୁ ପଠାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All-party team members meet the Prime Minister | Argus News