Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଟାରୀ ଚେକ୍ ପୋଷ୍ଟ ଦେଇ ଭାରତ ପାକିସ୍ତାନ ମଧ୍ୟରେ ହୁଏ ଏହି ସବୁ କାରବାର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଅଟାରୀ ଚେକ୍ ପୋଷ୍ଟ ଦେଇ ଭାରତ ପାକିସ୍ତାନ ମଧ୍ୟରେ ହୁଏ ଏହି ସବୁ କାରବାର

ପହଲଗାମରେ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ସହ ସମସ୍ତ କାରବାର ବନ୍ଦ କରିଛି ଭାରତ। ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରାଯାଇଥିବା ବେଳେ ଓ୍ବାଘା ଅଟାରୀ ସୀମାକୁ ବନ୍ଦ କରାଯାଇଛି।

ତେବେ ଜାଣନ୍ତୁ ଅଟାରୀ ଚେକପୋଷ୍ଟ କାହିଁକି ଭାରତ ଓ ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ-


ଅଟାରୀ ଚେକ୍‌ ପୋଷ୍ଟ ଅମୃତସରରୁ ୨୮ କିଲୋମିଟର ଦୂରରେ ରହିଛି। ଏହି ସ୍ଥଳପଥ ଦେଇ ପାକିସ୍ତାନ ଓ ଆଫଗାନିସ୍ତାନ ସହ ବାଣିଜ୍ୟ କାରବାର କରେ ଭାରତ। ସରକାରୀ ତଥ୍ୟ ଅନୁସାରେ ୨୦୨୩-୨୪ ବର୍ଷରେ ଅଟାରୀ ଚେକ୍‌ପୋଷ୍ଟ ମାଧ୍ୟମରେ ପ୍ରାୟ ୩ ହଜାର ୮୮୬ କୋଟି ଟଙ୍କାର କାରବାର ହୋଇଥିଲା। ସେହିଭଳି ଏହି ବାଟ ଦେଇ ଉଭୟ ଦେଶର ୭୧ ହଜାର ୫୬୩ ଲୋକ ସୀମା ପାର ହୋଇଥିଲେ। ଏହାପୂର୍ବରୁ ୨୦୧୭ -୧୮ ମସିହାରେ ପ୍ରାୟ ୪ ହଜାର ୧୧୮ କୋଟି ଟଙ୍କାର ବାଣିଜ୍ୟ କାରବାର ହୋଇଥିଲା। ୮୦ ହଜାର ୩୧୪ ଜଣ ଲୋକ ଏହି ରାସ୍ତା ଦେଇ ସୀମାପାର ହୋଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚର୍ଚ୍ଚା ହେଉଛି "ଭାରତ ଆଫଗାନିସ୍ତାନରୁ ଆମଦାନୀ କରୁଥିବା ଶୁଖିଲା ଫଳଗୁଡ଼ିକ ଏବେ ଅଟାରି ଚେକ୍ ପୋଷ୍ଟ ଦେଇ ଆସିପାରିବ ନାହିଁ। କହିବାକୁ ଗଲେ ୨୦୧୯ ପୁଲଓ୍ବାମା ଆଟାକ୍‌ ପରେ ଭାରତ ପାକିସ୍ତାନ ମଧ୍ୟରେ ଏହି ପଥ ଦେଇ ବ୍ୟବସାୟ କାରବାର ବନ୍ଦ ରହିଛି। ପାକିସ୍ତାନ ଦେଇ କେବଳ ଆଫଗାନିସ୍ତାନରୁ ସାମଗ୍ରୀ ଆସୁଥିଲା। ତେବେ ପାକିସ୍ତାନ ଅଟାରୀ ସୀମା ବନ୍ଦ କଲେ ଭାରତ ଉପରେ ସେମିତି କୌଣସି ବଡ଼ ଧରଣର ପ୍ରଭାବ ପଡିବାର ସମ୍ଭାବନା ନାହିଁ। ଭାରତ ପାକିସ୍ତାନରୁ ଖୁବ କମ୍ ଆମଦାନୀ କରେ ଆଉ ଅଧିକ ରପ୍ତାନୀ କରେ। ଭାରତ ପାକିସ୍ତାନକୁ ଔଷଧ, ଚିନି ଏବଂ ଅଟୋ ପାର୍ଟସ୍ ,ସୋୟାବିନ, ଚିକେନ ଫିଡ୍‌, ପନିପରିବା, ଲଙ୍କା, ପ୍ଲାଷ୍ଟିକ ଦାନା ଏବଂ ପ୍ଲାଷ୍ଟିକ ସୂତା ରପ୍ତାନି କରିଥାଏ।


ଫେବୃଆରୀ ୨୦୨୪ ରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଲୋକସଭାରେ ଏକ ବିବୃତ୍ତିରେ କହିଥିଲେ ୨୦୧୯ ରେ ପାକିସ୍ତାନ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲା । କେବଳ ଚିକିତ୍ସା ଉତ୍ପାଦ ରପ୍ତାନି କରିବାକୁ ଅନୁମତି ଦିଆଯାଇଛି। ଅଟାରୀ-ୱାଘା ସୀମା ଏବଂ କରାଚୀ ବନ୍ଦର ଦେଇ ଦୁଇ ଦେଶ ମଧ୍ୟରେ ଅଧିକ ବାଣିଜ୍ୟ କାରବାର ହୋଇଥାଏ। ଏବେ ବାଣିଜ୍ୟ କାରବାରରେ ବାଧା ଉପୁଜିପାରେ।


Sponsored
All these transactions between India and Pakistan take place through the Attari check post | Argus News