Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନୀ ନାଗରିକଙ୍କୁ ଦିଆଯାଉଥିବା ସମସ୍ତ ଭିସା ବାତିଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାକିସ୍ତାନୀ ନାଗରିକଙ୍କୁ ଦିଆଯାଉଥିବା ସମସ୍ତ ଭିସା ବାତିଲ

ପାକିସ୍ତାନୀ ନାଗରିକଙ୍କୁ ଦିଆଯାଉଥିବା ସମସ୍ତ ଭିସାକୁ ବାତିଲ କରାଯାଇଛି । ଏପରିକି ମେଡିକାଲ ଭିସାର ବୈଧତା ଏପ୍ରିଲ ୨୯ ପର୍ଯ୍ୟନ୍ତ ରହିବ । ଏନେଇ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ନେତୃତ୍ବରେ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସରେ ଉପସ୍ଥିତ ଥିଲେ । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ଏପ୍ରିଲ ୨୭ରେ ବାତିଲ କରାଯିବ । କେବଳ ଦୀର୍ଘକାଳୀନ ଭିସା, କୂଟନୈତିକ ଭିସା ଓ ସରକାରୀ ଭିସାକୁ ଏଥିରୁ କୋହଳ କରାଯିବ । ଆଜି ସାଉଥ ବ୍ଲକରେ ହୋଇଥିବା ବୈଠକରେ NSA ଅଜିଟ ଡୋଭାଲ ବଡ଼ ପ୍ଲାନ କରିଥିବାର ସଂକେତ ମିଳୁଛି ।


ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ପାଇଁ ଦାୟୀ ପାକିସ୍ତାନ ବିରୋଧରେ ଅନେକ ଦୃଢ଼ କୂଟନୈତିକ ଓ ରଣନୈତିକ ପ୍ରତିଶୋଧ ଆରମ୍ଭ କରିଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଆଯାଇଛି କଠୋର ନିଷ୍ପତ୍ତି । ଯେଉଁଥିରେ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି । ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ସୀମାପାର ଆତଙ୍କବାଦକୁ ପାକିସ୍ତାନ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ଯେଭଳି ଭବିଷ୍ୟତରେ ବୁନ୍ଦାଏ ବି ସିନ୍ଧୁ ଜଳ ପାଇବ ନାହିଁ ସେଥିପାଇଁ ତିନି ସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ସହ ବିନା କୌଣସି କଥାବାର୍ତ୍ତାରେ ନଦୀରେ ଏବେ ଡ୍ୟାମ ନିର୍ମାଣ କରିପାରିବ ଭାରତ । ସିନ୍ଧୁ ଜଳ ସନ୍ଧି ସ୍ଥଗିତ ରଖିବା ନିଷ୍ପତ୍ତିକୁ act of war କହିଛି ପାକିସ୍ତାନ। ତେବେ ଏହି ସନ୍ଧି ସ୍ଥଗିତ କାରଣରୁ ପାକିସ୍ତାନୀ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯିବ । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବା ଦ୍ୱାରା ପାକିସ୍ତାନରେ ଖାଦ୍ୟ ଉତ୍ପାଦନରେ ସଙ୍କଟ ଦେଖାଦେବ । ଖାଲି ସେତିକି ନୁହେଁ ବିଜୁଳି ସପ୍ଲାଏ ବନ୍ଦ ହୋଇଯିବ ।

Sponsored
all-visas-issued-to-pakistani-citizens-cancelled | Argus News