ଇତିହାସରେ ପ୍ରଥମ ! ମୋଦିଙ୍କ ଚାରିପଟେ ରହିବେ କେବଳ ମହିଳା ସୁରକ୍ଷାକର୍ମୀ

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନବସାରୀ ଜିଲ୍ଲାର ବଂଶୀ ବୋର୍ସୀ ଗ୍ରାମରେ ଲକ୍ଷପତି ଦିଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କ ସହ ଭାବ ବିନିମୟ କରିବେ । ସେ ମଧ୍ୟ ୫ ଜଣ ଲକ୍ଷପତି ଦିଦିଙ୍କୁ ଲକ୍ଷପତି ଦିଦି ସାର୍ଟିଫିକେଟରେ ସମ୍ମାନିତ କରିବେ। ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଦାୟିତ୍ବରେ ରହିବେ କେବଳ ମହିଳା ସୁରକ୍ଷାକର୍ମୀ। ଭାରତ ଇତିହାସରେ ପ୍ରଥମଥର ଲାଗି ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ମହିଳା ପୋଲିସ କର୍ମୀ ସମ୍ଭାଳିବେ। ଜଣେ ବରିଷ୍ଠ ମହିଳା ଆଇପିଏସ ଅଧିକାରୀ ଏବଂ ଗୃହ ସଚିବ ନିପୁଣା ତୋରାବାନେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାର୍ଚ୍ଚ ୧୧ ଓ ୧୨ରେ ମରିସସ ଗସ୍ତ କରିବେ। ଏହି ଅବସରରେ ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ଅହ ସମାରୋହରେ ଭାରତୀୟ ନୌସେନାର ଏକ ଯୁଦ୍ଧ ପୋତ ସହ ଭାରତୀୟ ସୁରକ୍ଷା ବଳର ଏକ ଦଳ ମଧ୍ୟ ଅଂଶଗ୍ରହଣ କରିବ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶେଷ ଥର ଲାଗି ୨୦୧୫ରେ ପିଏମ ମୋଦି ମରିସସ ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମୋଦି ମରିସସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବୈଠକ କରିବେ।
📱 Get Argus News App
✨ସେହିଭଳି କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀକୁ କେନ୍ଦ୍ର ସରକାର ଆଜି ବଡ଼ ଉପହାର ଦେଇଛନ୍ତି। ଆଜି ସିଲବାସାରେ ନମୋ ହସପିଟାଲ ପ୍ରଥମ ପର୍ଯ୍ୟାୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହାସହିତ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨ ହଜାର ୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।