Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୀମା ଟପିଗଲା ବର୍ବରତା; ICUରେ ଭର୍ତ୍ତି ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ

Smruti Parija
Browse all articles by Smruti Parija
·1 year ago·1 min read
ସୀମା ଟପିଗଲା ବର୍ବରତା; ICUରେ ଭର୍ତ୍ତି ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ

Key Points

ସୀମା ଟପିଗଲା ବର୍ବରତା

ICUରେ ଭର୍ତ୍ତି ମହିଳାଙ୍କ ସହ ଦୁଷ୍କର୍ମ

ରାଜସ୍ଥାନ ଅଲୱରରେ ଘଟିଛି ଅଘଟଣ


ରାଜସ୍ଥାନ ଅଲୱରରେ ସୀମା ଟପିଗଲା ବର୍ବରତା । ICUରେ ଭର୍ତ୍ତି ମହିଳାଙ୍କୁ ବି ଛାଡିଲେନି । ଅଲୱରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟିଛି । ଘଟଣାକୁ ନେଇ ଏମଆଇଏ ଥାନାରେ ରୁଜୁ ହୋଇଛି ମାମଲା ।


ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଜଣେ ୩୨ ବର୍ଷୀୟ ବିବାହିତ ମହିଳାଙ୍କୁ ଚିକିତ୍ସା ପାଇଁ ଏହି ESIC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୋଗ ହୋଇଛି ଯେ ୪ ଜୁନ୍ ରାତିରେ ହସ୍ପିଟାଲର ନର୍ସିଂ କର୍ମଚାରୀ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ସକାଳେ ପୀଡିତା ଚେତା ଫେରିବା ପରେ ସେ ପରିବାରକୁ ଦୁଷ୍କର୍ମ ବିଷୟରେ ଜଣାଇଥିଲେ ।


ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ମେଡିକାଲ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ମାମଲାକୁ ଚାପି ଦେବାକୁ ପ୍ରୟାସ କରୁଛି । ପୋଲିସ୍ ଏହି ମାମଲାରେ ଏକ ଏଫଆଇଆର୍ ରୁଜୁ କରିଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ତାଙ୍କ ବୟାନ ରେକର୍ଡ ହୋଇଛି ।


Sponsored
allegations-of-sexual-assault-against-a-woman-admitted-to-the-icu | Argus News