ପୁଣି ହାଇଦ୍ରାବାଦର ଚିକଡ଼ପଲ୍ଲୀ ଥାନାରେ ଅଲ୍ଲୁ ଅର୍ଜୁନ , ପଚରାଉଚରା କରୁଛି ପୋଲିସ
·1 year ago

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଚିକଡ଼ପଲ୍ଲୀ ଥାନାରେ ଅଲ୍ଲୁ ଅର୍ଜୁନ । ପଚରାଉଚରା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିଲା ପୋଲିସ । ପୁଷ୍ପା-୨ ଦଳାଚକଟା ମାମଲାରେ ଜେରା ପାଇଁ ହୋଇଥିଲା ସମନ । ତେବେ ଡିସେମ୍ବର 4ରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ପ୍ରିମିୟର ବେଳେ ଦଳଚକଟା ହୋଇଥିଲା । ଦଳା ଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ 9 ବର୍ଷର ପୁଅ ଆହତ ହୋଇଥିଲେ ।
ଏହି ଘଟଣାରେ ଥିଏଟର ମାଲିକ, ଜେନେରାଲ ମ୍ୟାନେଜରଙ୍କୁ ଡିସେମ୍ବର ୮ରେ ଗିରଫ କରାଯାଇଥିଲା। ଅଲ୍ଲୁ ଅର୍ଜୁନଙ୍କୁ ଡିସେମ୍ବର 13ରେ ଗିରଫ କରାଯାଇଥିଲା । ଗିରଫ ହେବା ପରେ ଏକ ନିମ୍ନ ଅଦାଲତ ଅଲୁ ଅର୍ଜୁନଙ୍କୁ 14 ଦିନ ପାଇଁ ଜେଲ ପଠାଇଥିଲେ, କିନ୍ତୁ କିଛି ଘଣ୍ଟା ପରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: