Videos
|
National

ଆଲୋଭେରା ଚାଷ କରିଛି କୋଟିପତି

Ritu Das
Browse all articles by Ritu Das
·2 years ago·2 min read
ଆଲୋଭେରା ଚାଷ କରିଛି କୋଟିପତି

ଅର୍ଗସ ବ୍ୟୁରୋ: ଆଜିକା ସମୟରେ ମଣିଷ ଜୀବନରେ ଏଲୋଭେରା କହିଲେ ସମସ୍ତଙ୍କର ଦରକାର। କାରଣ ଏଥିରେ ରହିଛି ବହୁ ଔଷଧୀୟ ଗୁଣ। ତ୍ବଚାର ଚମକ ପାଇଁ ହେଉ କି ପେଟ ଥଣ୍ଡା କରିବାକୁ ଏହି ଏଲୋଭେରା ସମସ୍ତଙ୍କୁ ଦରକାର। କିନ୍ତୁ ଏହି ଏଲୋଭେରା ଚାଷ କରି ଜଣେ ସଫଳ କୋଟିପତି ହୋଇପାରିଛନ୍ତି ଆପଣ କଣ ଜାଣିଛନ୍ତି। ତାଙ୍କ ନାମ ହେଉଛି ରିଶିକେଶ ଧନେ। ସେ ମହାରାଷ୍ଟ୍ରର ସତାରା ଜିଲ୍ଲାର ପଡୋଲି ଗାଁର ଅଧିବାସୀ। ଏଲୋଭରା ଚାଷ କରି ବାର୍ଷିକ ୧କୋଟି ଟଙ୍କା ଆୟ କରୁଛନ୍ତି। ଯାହାକି ଆଖପାଖର ଚାଷୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଏହି ଯାତ୍ରା ବହୁ କଷ୍ଟସାଧ୍ୟ ଥିଲା। ବହୁ ସଂଘର୍ଷ ଦେଇ ଗତି କରିଥିଲେ। ଚାଲନ୍ତୁ ଜାଣିବା ରିଶିକେଷଙ୍କ ସଂଘର୍ଷର କାହାଣୀ

ରିଶିକେଶ ଧନେ ଏବଂ ତାଙ୍କ ପରିବାର ଲୋକ ପ୍ରଥମରେ ଜଓ୍ବାର, ବାଜରା ଏବଂ ସୋୟାବିନ ଏବଂ ବିଭିନ୍ନ ପ୍ରକାର ପରିବା ଚାଷ କରୁଥିଲେ। କିନ୍ତୁ ଏହିସବୁ ଚାଷ ସିନା କରୁଥିଲେ କିନ୍ତୁ ଚାଷରୁ ସେଭଳି କିଛି ଲାଭ ତାଙ୍କୁ ମିଳୁ ନ ଥିଲା। ରିଶିକେଷ ସବୁବେଳେ ଭାବୁଥିଲେ କଣ କରିବି। ତାଙ୍କର ପରିବାର ପୋଷିବାକୁ ସେତେଟା ଟଙ୍କା ମଧ୍ୟ ନ ଥିଲା।  ହର୍ଟିକଲଚରରେ BSC କରିବାପରେ ସେ କୃଷିକୁ ଗୁରୁତ୍ବ ଦେବାସହ  ଜୈବିକ ଉତ୍ପାଦ ବିକ୍ରି କରିବା ଆରମ୍ଭ କରିଥିଲେ। 

ରିଶିକେଶ ଧନେ ୨୦୦୧ ମସିହାରେ ସ୍ନାତକୋତ୍ତର ହାସଲ କରିଥିଲେ। ପାଠ ପଢ଼ିବା ପଢ଼ିବା ପାଇଁ ତାଙ୍କ ଘରେ ଆର୍ଥିକ ସମ୍ବଳ ସେତେ ଭଲ ନ ଥିବାରୁ ତାଙ୍କୁ ଛୋଟବେଳୁ ରୋଜଗାର ପନ୍ଥାକୁ ଆପଣେଇବାକୁ ପଡ଼ିଥିଲା। ସେଥିପାଇଁ ପାଠ ପଢ଼ିବା ସହ ଛୋଟ ଛୋଟ କମ୍ପାନୀକୁ କୃଷି ସାମଗ୍ରୀ ବିକ୍ରି କରୁଥିଲେ। ଏହାପରେ ରିଶିକେଷ ତାଙ୍କ ବାଡ଼ିରେ କିଛି କାକୁଡ଼ି ଏବଂ ଟମାଟୋ ଚାଷ କରିଥିଲେ। ତା'ପରେ ତାକୁ ମଣ୍ଡିରେ ନେଇ ବିକ୍ରି କରିଥିଲେ। 

ଯେଉଁ କମ୍ପାନୀରେ ସେ କାମ କରୁଥିଲେ ତାଙ୍କୁ ମାସିକ ୩୫୦୦ ଟଙ୍କା ବେତନ ଦେଇ ସେହି କମ୍ପାନୀ ତାଙ୍କୁ ଅନ୍ୟ ସହରକୁ ପଠାଇଦେଲା।  କିନ୍ତୁ ସେତିକି ପଇସା ତାଙ୍କୁ ପୋଷେଇଲାନି। ସେଥିପାଇଁ ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ତାଙ୍କର ସ୍ବପ୍ନ ଥିଲା ବହୁତ ବଡ଼। ଆଉ ପୁରା କରିବାକୁ ନିତିଦିନ ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ସେ ଚାଷ କାମକୁ ଆପଣେଇଥିଲେ। କାରଣ ଛୋଟବେଳୁ ଚାଷ କରିବା ତାଙ୍କର ସ୍ବପ୍ନ ଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୭ ମସିହାରେ ରିଷିକେଶଙ୍କ ଜୀବନରେ ଏକ ନୂତନ ମୋଡ ଆସିଥିଲା। ସେତେବେଳେ ସେ ତାଙ୍କ ପଡ଼ୋଶୀଠାରୁ ୪୦୦୦ ଏଲୋଭରା ଚାରା ନେଇଥିଲେ। ଏହି ଚାରା ଗୁଡ଼ିକୁ ବେଶୀ କିଛି ନ ଭାବି ତାଙ୍କ କ୍ଷେତରେ ପୋତି ପକାଇଥିଲେ। ଏହାପରେ ଉକ୍ତ ଏଲୋଭରା ଗଛ ଗୁଡ଼ିକ ୩ଏକର ପର୍ଯ୍ୟନ୍ତ ମାଡ଼ିଯାଇଥିଲା। ରିଶିକେଷ ତାଙ୍କ ଜମିରେ କୌଣସି ପ୍ରକାର ରାସାୟନିକ ସାରର ବ୍ୟବହାର କରନ୍ତି ନାହିଁ। ଜୈବିକ ପ୍ରଣାଳୀରେ ଏହି ଏଲୋଭରା ଗଛ ଗୁଡ଼ିକ ଭଲ ବଢ଼ିଲା। ଏଲୋଭେରା ଯେଉଁପ୍ରକାର ମାଟିରେ ଲଗାଅନା କାହିଁକି ତାହା ବଞ୍ଚିଥାଏ। 

ଏହାକୁ ବର୍ଷ ସାରା ଆପଣ କାଟିପାରିବେ। ଏହି ଫସଲ ରିଷିକେଶଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେଲା। ପୁଣେ ଏବଂ ମୁମ୍ବାଇର ବିଭିନ୍ନ କସମେଟିକ ଏବଂ ମେଡିସିନ ସଂସ୍ଥା ଗୁଡ଼ିକ ୨୫ ଟଙ୍କା କିଲୋ ହିସାବରେ ତାଙ୍କଠାରୁ କିଣିଲେ। ଏହାଛଡ଼ା ଜୈବିକ କୀଟନାଶକ ଏବଂ କୀଟନାଶକ ସାର ପ୍ରସ୍ତୁତ କରି ମଧ୍ୟ ବଜାରରେ ବିକ୍ରି କରୁଥିଲେ। ଏହି ଏଲୋଭେରା ଚାଷରୁ ସେ ବାର୍ଷିକ ୧ କୋଟି ଟଙ୍କା ରୋଜଗାର କରି ଆଜି ଜଣେ ସଫଳ କୋଟିପତି ହୋଇପାରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Aloe vera | Argus News