Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିସିଟିଭିରେ କଏଦ ହେଲା ଭକ୍ତ ଚୋର...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସିସିଟିଭିରେ କଏଦ ହେଲା ଭକ୍ତ ଚୋର...

ଅର୍ଗସ ବ୍ୟୁରୋ: ଭାଇରାଲ ହେଉଛି ଭକ୍ତ ଚୋରର ଭିଡିଓ। ଆପଣ ଭାବୁଥିବେ ଭକ୍ତ ଚୋର ପୁଣି କିଏ। ଆଜ୍ଞା ହଁ, ରାଜସ୍ଥାନର ଅଲୱାରର ଏକ ମନ୍ଦିରରୁ 'ଭକ୍ତ ଚୋର'ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଚୋର ମନ୍ଦିରରେ ସ୍ଥାପିତ ସିସିଟିଭି କ୍ୟାମେରାରେ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଛି।  ଏହା ପରେ ତୁରନ୍ତ ସେ ଚାରିପାଖକୁ ଚାହିଁ ମନ୍ଦିରରେ ରଖାଯାଇଥିବା ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷକୁ ଚୋରି କରି ନେଇଯାଏ | ଚୋରର ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ସିସିଟିଭିରେ କଏଦ ହୋଇଛି | ସେହି ବ୍ୟକ୍ତିଙ୍କ ନାମ ହେଲା ଗୋପେଶ ଶର୍ମା । ସେ କେବଳ ମନ୍ଦିରକୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବାକୁ ମିଳିଛି କି, ଚୋରଟି ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିଲା।  ପରେ ଭଗବାନଙ୍କୁ ହାତଯୋଡି ପ୍ରାର୍ଥନା କରିଲା। ଶେଷରେ ଦାନ ବାକ୍ସରୁ ଟଙ୍କା ବାହାର କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। । ଭିଡିଓରେ ଶର୍ମା ପ୍ରଥମେ ମନ୍ଦିରର ତାଲା ଭାଙ୍ଗିବା ପରେ ଦାନ ବାକ୍ସରୁ ରୂପା ଅଳଙ୍କାର, ଛତା, ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଚୋରି କରୁଥିବା ଦେଖିବାକୁ ମିଳିବ। ପରେ ଚୋରଟି ଧରାପଡିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alwar man prays at temple before stealing donation money | Argus News