Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆରମ୍ଭ ହେଲା ଅମରନାଥ ଯାତ୍ରା, ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି AI

National

Amarnath Yatra 2026 / ଆରମ୍ଭ ହେଲା ଅମରନାଥ ଯାତ୍ରା, ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି AI

Bikash Mohanty
Browse all articles by Bikash Mohanty
·1 hour ago·3 min read
ଆରମ୍ଭ ହେଲା ଅମରନାଥ ଯାତ୍ରା, ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି AI
Amarnath yatra

Key Points

ଆରମ୍ଭ ହେଲା ଅମରନାଥ ଯାତ୍ରା
ପତାକା ଦେଖାଇ ଶୁଭାରଂଭ କଲେ ଉପରାଜ୍ୟପାଳ
ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା
ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି AI
ଜମ୍ମୁ,୦୨/୦୭: ଆରମ୍ଭ ହେଲା ଚଳିତ ବର୍ଷର ପ୍ରଥମ ଅମରନାଥ ଯାତ୍ରା । ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଜାମ୍ମୁରୁ ଅମରନାଥ ଯାତ୍ରା ୨୦୨୬ର ପ୍ରଥମ ଶ୍ରଦ୍ଧାଳୁ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । କାଶ୍ମୀର ଉପତ୍ୟକାର ଉଭୟ ବାଲଟାଲ୍ ଏବଂ ପହଲଗାମ୍ ବେସ୍ କ୍ୟାମ୍ପରେ ଶ୍ରଦ୍ଧାଳୁଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା। ଯାତ୍ରାର ପତାକା ଦେଖାଇ ଶୁଭାରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ, ୧୩୭ତମ ବାଟାଲିୟନର ସିଆରପିଏଫ୍ ଯବାନମାନେ ସନ୍ଧାନୀ କୁକୁର ଦଳ ସହିତ ଉଧମପୁରରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ସୁରକ୍ଷା ଯାଞ୍ଚ କରିଥିଲେ । ପୂର୍ବରୁ ସେନା ପକ୍ଷରୁ ଆତଙ୍କବାଦ ବିରୋଧୀ ମକ୍ ଡ୍ରିଲ୍ କରିବା ସହ ଯାତ୍ରା ମାର୍ଗରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି । ଭଗବାନ ଶିବଙ୍କ ପ୍ରତୀକ ଭାବେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁମାନେ ଏହି ଯାତ୍ରା କରିଥାନ୍ତି।

ଏହି ଯାତ୍ରା ଚଳିତ ବର୍ଷ ଯାତ୍ରା ପ୍ରାୟ ୫୭ ଦିନ ପର୍ଯ୍ୟନ୍ତ ଚାଲିବ। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଜମ୍ମୁ ବେସ୍ କ୍ୟାମ୍ପ ଠାରେ ପହଞ୍ଚି ସାରିଛି। ଏଥର ଅମରନାଥ ଯାତ୍ରା ସମୟରେ ଭକ୍ତଙ୍କୁ ବିଶେଷ ସୁବିଧା ମିଳିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏଥର ସମ୍ପୂର୍ଣ୍ଣ ଯାତ୍ରା ଉପରେ ଡ୍ରୋନ୍ ଦ୍ୱାରା ସତର୍କ ନଜର ରଖାଯିବ। ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତା (AI) ମଧ୍ୟ ବ୍ୟବହାର କରାଯିବ। ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷରୁ ଅଧିକ ଭକ୍ତ ଯାତ୍ରାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରି ସାରିଛନ୍ତି।

ପଢନ୍ତୁ ଏହି ଖବର: ସୁରକ୍ଷା ଏଜେନ୍ସି ପାଇଁ କ'ଣ ରହିଛି ଚ୍ୟାଲେଞ୍ଜ? କିପରି ହେଉଛି ଯାତ୍ରା ପାଇଁ ପ୍ରସ୍ତୁତି?

ଅମରନାଥ ଯାତ୍ରାର ହେବ ଡ୍ରୋନ୍ ମନିଟରିଂ

ଏଥର ଅମରନାଥ ଯାତ୍ରାରେ ଡ୍ରୋନ୍ ମନିଟରିଂ (Amarnath Yatra Drone Monitoring) ବ୍ୟବହାର କରାଯିବ। ସୁରକ୍ଷା ପାଇଁ AI ମଧ୍ୟ ବ୍ୟବହାର କରାଯାଉଛି। ସମଗ୍ର ଯାତ୍ରା ମାର୍ଗରେ ୩୪ ମୁହଁକୁ ଚିହ୍ନଟ କରୁଥିବା କ୍ୟାମେରା (Facial Recognition Cameras) ଲଗାଯାଇଛି। ଜାତୀୟ ରାଜପଥ ଏବଂ ବେସ୍ କ୍ୟାମ୍ପ ଠାରେ ପ୍ରତ୍ୟେକ କୋଣ ଅନୁକୋଣରେ ସୁରକ୍ଷା ବଳ ନିୟୋଜିତ ରହିବ। ଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ସୈନିକ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ସମେତ ତ୍ରିସ୍ତରୀୟ ସୁରକ୍ଷା ଅଧିନରେ ରହିବେ। ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ସମୟରେ ସେନା, ଜାମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ପକ୍ଷରୁ ଏଥର ଏକ "ରୋଡ୍ ଓପନିଂ ପାର୍ଟି" ମିଶନ୍ ପରିଚାଳନା କରିବେ। ଏପରିକି ଡିଆଇଜି ଏବଂ ଆଇଜି ସ୍ତରୀୟ ଅଧିକାରୀ ମଧ୍ୟ ଯାତ୍ରା ମାର୍ଗରେ ଉପସ୍ଥିତ ରହିବେ।


୪ ଲକ୍ଷରୁ ଅଧିକ ଭକ୍ତ କରି ସାରିଛନ୍ତି ପଞ୍ଜୀକରଣ

ଗତ ଅପ୍ରେଲ ୧୫ ତାରିଖରୁ ୪ ଲକ୍ଷରୁ ଅଧିକ ଭକ୍ତ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ କରି ସାରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଜୁଲାଇ ୨ ତାରିଖରେ ଜାମୁ ସ୍ଥିତ ଭଗବତୀ ନଗର ବେସ୍ କ୍ୟାମ୍ପ ଠାରେ ପହଞ୍ଚିବେ ଏବଂ ସେମାନଙ୍କର ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଯାତ୍ରା ପୂର୍ବରୁ ଜାମୁ-ଶ୍ରୀନଗର ଜାତୀୟ ରାଜପଥରେ ସେନା ପକ୍ଷରୁ ଏକ ପରୀକ୍ଷା ମୂଳକ ଭାବରେ କନଭୟ ଡ୍ରାଏ ରନ୍ (Trial Dry Run of Convoy) ମଧ୍ୟ ସମାପ୍ତ ହୋଇଛି। ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯାତ୍ରା ପାଇଁ ହୋଇଥିବା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ବାଲତାଲ ଏବଂ ଚନ୍ଦନୱାଡି ଠାରେ ମଧ୍ୟ ବେସ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି। ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।

୪୮ କିମି ଲମ୍ବା ଯାତ୍ରା ମାର୍ଗ

ଅମରନାଥ ଯାତ୍ରା ମାର୍ଗ ୪୮ କିଲୋମିଟର ଲମ୍ବା ଏବଂ ଏଥିରେ ଦୁଇଟି ରାସ୍ତା ଅନ୍ତର୍ଭୂକ୍ତ ରହିଛି। ପ୍ରଥମ ରାସ୍ତା ପହଲଗାମ ଠାରେ ରହିଛି, ଯାହାକୁ ପାରମ୍ପରିକ ରାସ୍ତା ଭାବରେ ବିବେଚନା କରାଯାଏ। ଏହା ୪୧ କିଲୋମିଟର ଲମ୍ବା। ଏଠାରୁ ପବିତ୍ର ଗୁମ୍ଫାରେ ପହଞ୍ଚିବାକୁ ପ୍ରାୟ ୩-୪ ଦିନ ସମୟ ଲାଗିଥାଏ। କାରଣ ପାହାଡ଼ ଚଢ଼ିବା ଧିର ହୋଇଯାଏ। ଏହି ରାସ୍ତାରେ ଶେଷନାଗ ଏବଂ ପଞ୍ଚତରଣୀ ମନ୍ଦିର ପଡ଼ିଥାଏ।

ଦ୍ୱିତୀୟ ରାସ୍ତା ହେଉଛି ବାଲତାଲ ମାର୍ଗ। ଏହା ୭ କିଲୋମିଟର ଲମ୍ବା ଏବଂ ଏକ ଅପେକ୍ଷାକୃତ ଛୋଟ ରାସ୍ତା। ଯାହା ଏକ ଛୋଟ ଯାତ୍ରା ମାର୍ଗର ଅନୁଭୂତି ଦେଇଥାଏ। ଏଠାରେ ସିଧାସଳଖ ପାହାଡ଼ ଚଢିବାକୁ ହୋଇଥାଏ। ଯାହା ବହୁତ କଷ୍ଟକର। ଏଥିପାଇଁ ଏହି ଯାତ୍ରା ମାର୍ଗ ଅଧିକ ଚ୍ୟାଲେଞ୍ଜିଂ ହୋଇଯାଏ। ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored