Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେମିତି ପ୍ରକଟ ହୁଅନ୍ତି ବାବା ବର୍ଫାନୀ ? ଜାଣନ୍ତୁ ...

Manini Pattanayak
Browse all articles by Manini Pattanayak
·2 years ago·1 min read
କେମିତି ପ୍ରକଟ ହୁଅନ୍ତି ବାବା ବର୍ଫାନୀ ? ଜାଣନ୍ତୁ ...

ନୂଆଦିଲ୍ଲୀ: ମନରେ ଆସ୍ଥା, ହୃଦୟରେ ବିଶ୍ବାସ । ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଶରୀରରେ ଭରି ଯାଉଛି ଜୋସ୍।  ବାଧା ବିଘ୍ନକୁ ଖାତିର ନକରି ଆଗକୁ ମାଡ଼ି ଚାଲିଛନ୍ତି ଶ୍ରଦ୍ଧାଳୁ ଓଁ ନମଃ ଶିବାୟ, ବମ୍ ବମ୍ ବୋଲେ ଜୟକାରରେ ଗୁଞ୍ଜରିତ ଚତୁର୍ଦ୍ଦିଗ । ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା ୫୨ ଦିନିଆ ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ହେବ ଶେଷ ।  ତେବେ କେମିତି ପ୍ରକଟ ହୁଅନ୍ତି ବାବା ବର୍ଫାନୀ, ଆସନ୍ତୁ ଜାଣିବା ।
 ପ୍ରଥମେ ବରଫର ଗୋଟେ ଛୋଟ ଆକୃତି ସୃଷ୍ଟି ହୋଇଥାଏ। 15 ଦିନ ଯାଏଁ ପ୍ରତିଦିନ କିଛି କିଛି ମାତ୍ରାରେ ବରଫର ଆକାର ବଢିଥାଏ । ବରଫ ଶିବଲିଙ୍ଗର ଉଚ୍ଚତା ପ୍ରାୟ ଦୁଇ ଗଜରୁ ଅଧିକ ବଢିଥାଏ। ଚନ୍ଦ୍ର କ୍ଷୟ ହେବା ସହ ଶିବଲିଙ୍ଗର ଆକାର କମିବା ଆରମ୍ଭ କରେ। ଚନ୍ଦ୍ର ଅଦୃଶ୍ୟ ହେବା ସହ ଶିବଲିଙ୍ଗ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଥାଏ।

କୁହାଯାଇଥାଏ  ପଞ୍ଚଦଶ ଶତାଦ୍ଦିରେ ଜଣେ ମୁସଲମାନ ମେଢାପାଳକ ଏହି ଗମ୍ଫାକୁ ପ୍ରଥମେ ଦେଖିଥିଲେ।  ମେଣ୍ଡାପାଳକଙ୍କ ନଁ ଥିଲା ବୁଟା ମଲିକ। ତେବେ ପବିତ୍ର ଅମରନାଥ ଗୁମ୍ଫା  ପର୍ଯ୍ୟନ୍ତ ପହଞ୍ଚିବା ପାଇଁ  ଦୁଇଟି ରାସ୍ତା ଅଛି। ଗୋଟିଏ ରାସ୍ତା  ପହଲଗାଁ ପାଖ ଦେଇ ଯାଇଥାଏ  ଅନ୍ୟ ଏକ ରାସ୍ତା  ବାଲଟାଲ  ନିକଟ ଦେଇ ଯାଇଥାଏ।  ଅମରନାଥ ଧାମ  ଭଗବାନ ଶିବଙ୍କ ପ୍ରମୁଖ ତୀର୍ଥସ୍ଥଳମାନଙ୍କ ମଧ୍ୟରୁ  ଅନ୍ୟତମ। ଅମରନାଥରେ ମହାଦେବଙ୍କ ଦୁର୍ଲଭ   ପ୍ରାକୃତିକ  ଶିବଲିଙ୍ଗ ଦର୍ଶନ ଦେଇଥାନ୍ତି। ଅମରନାଥ ଗୁମ୍ଫାରେ  ଭୋଲେ ନାଥ  ବରଫର ଶିବଲିଙ୍ଗ ରୂପରେ କେବେଠୁ  ବିରାଜ ମାନ   ଏବଂ ଭକ୍ତ ତାଙ୍କର  ଦର୍ଶନ କେବେଠୁ କରିଲେ ଏହାର କିଛି ଲିଖିତ ଐତିହାସିକ  ପ୍ରମାଣ ନାହିଁ।  ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ବର୍ଫାନୀଙ୍କ  ଶିବଲିଙ୍ଗ ଦେଖିବାକୁ ଆସିଥାନ୍ତି। 

ଅଧିକ  ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amarnath Yatra begins, first batch of pilgrims leave for cave shrine | Argus News