Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା

Key Points

ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା । ଚଳିତବର୍ଷ ୫୨ ବଦଳରେ ୩୮ ଦିନ ହେବ ଯାତ୍ରା। ଅଗଷ୍ଟ ୯ ପର୍ଯ୍ୟନ୍ତ ଯାତ୍ରୀ ଅମରନାଥଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇବେ ।

ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା । ଚଳିତବର୍ଷ ୫୨ ବଦଳରେ ୩୮ ଦିନ ହେବ ଯାତ୍ରା। ଅଗଷ୍ଟ ୯ ପର୍ଯ୍ୟନ୍ତ ଯାତ୍ରୀ ଅମରନାଥଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇବେ । ସିଆରପିଏଫ ଓ ଅର୍ଦ୍ଧ ସାମରିକ ବଳର ୫୮୧ କମ୍ପାନୀ ସୁରକ୍ଷାରେ ନିୟୋଜିତ ରହିବେ । ସମସ୍ତ ସିକ୍ୟୁରିଟି ରୁଟ୍କୁ ସିକ୍ୟୁରିଟି ଅଡିଟ ଏବଂ ଡିଜିଟାଲ ମ୍ୟାପିଂ କରାଯିବ । ଯାତ୍ରା କରୁଥିବା ବାଟରେ ଜାମର ଲାଗିବ । ଏହାଦ୍ବାରା ଆଇଡି ବ୍ଲାଷ୍ଟ ଭଳି ଘଟଣା ରୋକାଯାଇ ପାରିବ । ସୁରକ୍ଷାକର୍ମୀଙ୍କ ପାଖରେ ସାଟେଲାଇଟ ଫୋନ ରହିବ ।


ଯାତ୍ରୀ ଏବଂ ଗାଡିରେ ରେଡିଓ ଫ୍ରିକୁଏନ୍ସି ପରିଚୟ ପତ୍ର ମଧ୍ୟ ରହିବ । ସିଆରପିଏଫ ଡିଜି ନିଜେ ପହଲଗାମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମ ଥର ପାଇଁ ଡ୍ରୋନ, କେ ନାଇନ ଡଗ୍ ସହ BDS ୟୁନିଟ ମଧ୍ୟ ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ପବିତ୍ର ଯାତ୍ରା ସୁରକ୍ଷାକୁ କଡାକଡ଼ି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେ ୩୦ ତାରିଖରେ ସମସ୍ତ ସୁରକ୍ଷା ଏଜେନ୍ସୀ ସହିତ ଆଲୋଚନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amarnath Yatra to begin from July 3 | Argus News