ଗିଫ୍ଟ ମୂଲ୍ୟ ଶୁଣିଲେ ହୋସ୍ ଉଡ଼ିଯିବ

ଅର୍ଗସ ବ୍ୟୁରୋ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ରାଧିକା ମରଚାଣ୍ଟଙ୍କ ସହ ଗତ ଶୁକ୍ରବାର (୧୨ ଜୁଲାଇ ) ମୁମ୍ବାଇର ଜିଓ ୱାଲ୍ଡ କନଭେନସନ ସେଣ୍ଟରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଉତ୍ସବରେ ଦେଶ ତଥା ବିଦେଶରୁ ମୁକେଶ ଅମ୍ବାନୀଙ୍କ ଅନେକ ଭିଭିଆଇପି ଗେଷ୍ଟ ଯୋଗଦେଇଥିଲେ। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ତଥା ଆନ୍ତର୍ଜାତୀୟ ବ୍ୟକ୍ତିତ୍ୱ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏହି ଅବସରରେ ଅମ୍ବାନୀଙ୍କ କିଛି ବିଶେଷ ଅତିଥିଙ୍କୁ ପ୍ରାୟ 2 କୋଟି ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ଉପହାର ଦିଆଯାଇଥିଲା।
କଣ ଥିଲା ଏହି ଗିଫ୍ଟ?
ଅନନ୍ତ ଏବଂ ରାଧିକାଙ୍କ ବିବାହରେ ସାମିଲ ହୋଇଥିବା ପ୍ରତ୍ୟେକ ଭିଆଇପି ଗେଷ୍ଟଙ୍କୁ ମୁକେଶ ଅମ୍ବାନୀ ଏକ ଲକଜରୀ ବ୍ରାଣ୍ଡ ଅଡ଼େମାର୍ସ ପିଗେଟର (Audemars Piguet) ହାତଘଣ୍ଟା ଗିଫ୍ଟ କରିଛନ୍ତି ଯାହାର ମୂଲ୍ୟ ୧.୫ କୋଟିରୁ ୨ କୋଟି ପର୍ଯ୍ୟନ୍ତ। ୧୮ କ୍ୟାରେଟ୍ ଗୋଲାପ ସୁନାରେ ନିର୍ମିତ ଏହି ଘଣ୍ଟାରେ ନୀଳମଣି ସ୍ଫଟିକ ସହିତ ଗାଢ ନୀଳ ଡାଏଲ୍ ଅଛି । ଅନନ୍ତ ଅମ୍ବାନୀ ଏହି ବ୍ରାଣ୍ଡର ଘଣ୍ଟାର 25 ଖଣ୍ଡ ଖାସ୍ ତାଙ୍କ ନିକଟତମ ବନ୍ଧୁମାନଙ୍କ ପାଇଁ ମଗାଇଥିଲେ। ଶାହରୁଖ ଖାନ, ରଣବୀର ସିଂ,ମିଜାନ ଜାଫ୍ରି, ବୀର ପହାଡ଼ିଆ ଆଦି ଏହି ଘଣ୍ଟାକୁ ସୋସିଆଲ ମିଡ଼ିଆରେ ଫ୍ଲଣ୍ଟ କରୁଥିବାର ନଜର ଆସିଥିଲେ।
ଅଧିକ ପଢନ୍ତୁ ଭାରତ ଖବର