Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍

ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗୃହରେ ବିଲ୍ ଆଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଗୃହରେ ବିଲ୍ ଉପସ୍ଥାପନ ପରେ ବିଲ୍ ଉପରେ ଆଲୋଚନା ଜାରି ରହିଛି । ତେବେ ବିଲକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କଂଗ୍ରେସ । ୮ଘଣ୍ଟା ଧରି ବିଲ୍ ଉପରେ ହେବ ଚର୍ଚ୍ଚା । NDA ସହଯୋଗୀ ଜନସେନା, ରାଷ୍ଟ୍ରୀୟ ଲୋକ ଦଳ ସମର୍ଥନ ଘୋଷଣା କରିଛନ୍ତି । ବିଲ୍‌ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଜନେସ ଆଡଭାଇଜରୀ କମିଟି ବୈଠକରେ ବିରୋଧୀଙ୍କ ପକ୍ଷରୁ ୧୨ ଘଣ୍ଟା ଚର୍ଚ୍ଚା ପାଇଁ ଦାବି କରାଯାଇଥିଲା । ଯଦି ଆବଶ୍ୟକ ପଡ଼େ ଆଲୋଚନା ସମୟ ବଢିପାରେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଆଜି ହିଁ ଲୋକସଭାରେ ବିଲ୍ ପାସ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ଏହାପରେ ବିଲକୁ ରାଜ୍ୟସଭାରେ ବି ଉପସ୍ଥାପନ କରାଯିବ । ବିଜେପି ନିଜ ସାଂସଦ ମାନଙ୍କୁ ଆଜି ପୁରା ସମୟ ଗୃହରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରିଛି । ଏପ୍ରିଲ ୪ରେ ସଂସଦର କାର୍ଯ୍ୟକାଳ ଶେଷ ହେଉଥିବାରୁ, ଏହା ପୂର୍ବରୁ ବିଲକୁ ଉଭୟ ସଦନରେ ପାସ କରାଇବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

୧୯୫୪ ମସିହାରେ ତତକାଳୀନ ଜବାହାରଲାଲ ନେହରୁ ସରକାର ଓ୍ବାକଫ୍ ଆଇନ୍ ଆଣିଥିଲେ । ୧୯୯୫ ମସିହାରେ ଏଥିରେ ସଂଶୋଧନ ଅଣାଯାଇ ସବୁ ରାଜ୍ୟରେ ଓ୍ବାକଫ୍ ବୋର୍ଡ ଗଠନ କରାଯାଇଥିଲା । ଅନେକ ସମ୍ପତ୍ତିକୁ ବିନା ଅନୁମତିରେ ଜବରଦଖଲ କରିବା ନେଇ ଅଭିଯୋଗ ପରେ ଏହାର କାର୍ଯ୍ୟପ୍ରଣାଳୀକୁ ନେଇ ସୃଷ୍ଟି ହୋଇଥିଲା ବଡ଼ ପ୍ରଶ୍ନ । ତେଣୁ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୱାକଫ୍ ବୋର୍ଡ଼ ସଂଶୋଧନ ବିଧେୟକ ଉପସ୍ଥାପନ କରି ଏହାକୁ ଜେପିସିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ ।

ୱାକଫ୍‌ ବିଲ୍ ପାସ୍ ହେବା ପରେ ୧୦ଟି ବଡ଼ ପରିବର୍ତ୍ତନ କଣ ହେବ
ଇସଲାମ ଧର୍ମ ଗ୍ରହଣର ୫ ବର୍ଷ ହୋଇନଥିଲେ ୱାକଫ୍‌ ବୋର୍ଡକୁ ଆପଣ ସମ୍ପତ୍ତି ଦାନ କରିପାରିବେ ନାହିଁ । କେବଳ ନିଜ ନାମରେ ପଞ୍ଜୀକରଣ ହୋଇଥିବା ଜମିକୁ ଦାନ କରିପାରିବେ । ୱାକଫ୍ ବୋର୍ଡ ଦ୍ବାରା ଅଧିକୃତ ଜମିରେ ମହିଳା ଉତ୍ତରାଧିକାରୀ ରହିପାରିବେ । ୱାକଫ୍ ବୋର୍ଡକୁ ଦିଆଯାଇଥିବା ସଂପତ୍ତିର ସମସ୍ତ ତଥ୍ୟ ୬ ମାସ ମଧ୍ୟରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । ସରକାରୀ ସଂପତ୍ତି ଉପରେ ୱାକଫ୍‌ ବୋର୍ଡର ଅଧିକାର ରହିବ ନାହିଁ । କେନ୍ଦ୍ରୀୟ ୱାକଫ୍‌ ବୋର୍ଡରେ ୨ ଜଣ ଅଣ ମୁସଲିମ, ୨ ମୁସଲମାନ ମହିଳା ରହିବେ । ସାଂସଦ ଓ ପୂର୍ବତନ ବିଚାରପତିମାନଙ୍କ ପ୍ରତିନିଧି ମୁସଲମାନ ହେବା ଜରୁରୀ ନୁହଁ । ମୁସଲମାନଙ୍କ ୨ଟି ସଂପ୍ରଦାୟ ପାଇଁ ୨ଟି ବୋର୍ଡ ଗଠନ ହେବ । ୱାକଫ୍ ବୋର୍ଡର ନିଷ୍ପତ୍ତିକୁ ୯୦ ଦିନ ଭିତରେ ଚ୍ୟାଲେଞ୍ଚ କରିହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ବୋର୍ଡ ଖାତା ଅଡିଟ୍‌ର ଅଧିକାର ରହିବ । ୱାକଫ୍‌ ବୋର୍ଡ ସରକାରଙ୍କୁ ସମସ୍ତ ସୂଚନା ଦେବାକୁ ବାଧ୍ୟ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
amended-waqf-bill-introduced-in-lok-sabha | Argus News