Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

America vs Venezuela / ନିକୋଲାସ ମାଦୁରୋଙ୍କ ହାତରେ ପଡ଼ିଛି ହାତକଡ଼ି, ଡ୍ରଗ୍ସ କେବଳ ବାହାନା...

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·3 min read
ନିକୋଲାସ ମାଦୁରୋଙ୍କ ହାତରେ ପଡ଼ିଛି ହାତକଡ଼ି, ଡ୍ରଗ୍ସ କେବଳ ବାହାନା...
America vs Venezuela

Key Points

ନିନ୍ଦା କଲେ ରୁଷିଆ, ଚୀନ ଓ ଦକ୍ଷିଣ କୋରିଆ ।
ଆଲୋଚନାରେ ସମାଧାନ ପାଇଁ ଭାରତର ପରାମର୍ଶ ।

ନିକୋଲାସ ମାଦୁରୋଙ୍କୁ ଗିରଫ କରି, ଏକ ଡିଟେନସନ ସଣ୍ଟରରେ ରଖିଛି ଆମେରିକା । ହାତରେ ହାତକଡ଼ି ପକାଇ, ଫଟୋ ସେୟାର କରିଛି ସେନା । ଏଣିକି ଆମେରିକାରୁ ଭେନେଜୁଏଲା ଉପରେ ଶାସନ କରିବେ ଟ୍ରମ୍ପ । କୁହାଯାଉଛି ନିଷିଦ୍ଧ ଡ୍ରଗ୍ସ ବାହାନାରେ, ସେଠାକାର ତେଲ ଓ ଖଣିଜ ଉତ୍ସକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଟ୍ରମ୍ପ ପ୍ରଶାସନ । ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ରୁଷିଆ, ଚୀନ ଓ ଉତ୍ତର କୋରିଆ ସମେତ ଏକାଧିକ ଦେଶ । କେବଳ ଇଂଲଣ୍ଡ ଆମେରିକା ସମର୍ଥନରେ ବାହାରିଛି । ଭାରତ ମାପିଚୁପି ମନ୍ତବ୍ୟ ରଖିଛି । ସପଟେ ସହାୟତା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଅପିଲ କରିଛି ଭେନେଜୁଏଲା ।

ଭେନେଜୁଏଲାରେ ଜୋରଦାର ଆକ୍ରମଣ ପରେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଛି ଆମେରିକା ସେନା। ଆମେରିକା ସେନା ହାତରେ ଧରା ପଡ଼ିଲେ ରାଷ୍ଟ୍ରପତି ମାଦୁରୋ । କୁହାଯାଉଛି ଶୋଇବା ଘରେ ଥବାବେଳେ ପତ୍ନୀଙ୍କ ସହ ତାଙ୍କୁ ଉଠାଇ ଆଣିଲା US ଡେଲ୍ଟା ଫୋର୍ସ । ଭେନେଜୁଏଲାରୁ ବିମାନରେ ଆମେରିକା ଆଣିବା ଯାଏଁ, ମାଦୁରୋଙ୍କ ହାତରେ ପଡ଼ିଥିଲା ହାତକଡ଼ି । ଯାହାର ଫଟୋ ଓ ଭିଡିଓ ଜାରି କରିଛି ଆମେରିକା ସେନା।
ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

୧-୬୩ ବର୍ଷୀୟ ମାଦୁରୋଙ୍କ ବିରୋଧରେ ରହିଛି 'ନାର୍କୋ ଆତଙ୍କବାଦ' ଅଭିଯୋଗ ।
୨-ନିଷିଦ୍ଧ ଡ୍ରଗ୍ସ ଉତ୍ପାଦନ କରିବା ସହ ଆମେରିକାକୁ ପଠାଇବା ଅଭିଯୋଗରେ ଗିରଫ । 
୩-ମାରାତ୍ମକ ନିଶାଦ୍ରବ୍ୟ ଆମେରିକୀୟଙ୍କ ଜୀବନକୁ ବିପନ୍ନ କରୁଥିବା ଅଭିଯୋଗ ।
୪-ଭେନେଜୁଏଲା ବିରୋଧରେ ତେଲ ଚୋରି ଅଭିଯୋଗ ମଧ୍ୟ ରହିଛି ।

ମାଦୁରୋଙ୍କୁ ନ୍ୟୁୟର୍କର ଏକ ଡିଟେନସନ ସେଣ୍ଟରରେ ରଖାଯାଇଛି । ହେଲେ ଗୋଟିଏ ଦେଶର ରାଷ୍ଟ୍ରପତିଙ୍କୁ ଏଭଳି ବନ୍ଦୀ କରି ଉଠାଇ ଆଣିବା, ବିଶ୍ବ ପାଇଁ ବଡ଼ ବିପଦ ବୋଲି ଆଶଙ୍କା କରିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।

ରାଷ୍ଟ୍ରପତିଙ୍କ ଗିରଫଦାରି ପରେ ଭେନେଜୁଏଲାରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ସହ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ସେପଟେ ଟ୍ରମ୍ପ କହିଛନ୍ତି, ବର୍ତମାନ ସାମୟିକ ଭାବେ ଏହି ଦେଶକୁ ଚଳାଇବ ଆମେରିକା । ଏପରିକି ଏଠାକାର ତେଲ ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରିବ । ବାସ ଟ୍ରମ୍ପ ପ୍ରଶାସନର ଏହି କଥାଟି ଆମେରିକାର ଆଭିମୁଖ୍ୟ ଉପରେ ସନ୍ଦେହ ବଢ଼ାଇ ଦେଇଛି । କୁହାଯାଉଛି...

ଡ୍ରଗ୍ସ ବାହାନା, ଆମେରିକାର ତେଲ ନିଶାନା !
ଭେନେଜୁଏଲାର ତେଳ ଓ ଖଣିଜ ଉତ୍ସ ଉପରେ ଆମେରିକାର ଆଖି । 
ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଭେନେଜୁଏଲାର ନିନ୍ଦା ।
ଅନ୍ତର୍ଜାତୀୟ ସମୁଦାୟ ଏଥିରେ ହସ୍ତକ୍ଷେପ କରିବାକୁ ଅପିଲ ।

ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଚୀନ, ରୁଷିଆ, ଉତ୍ତର କୋରିଆ, ଇରାନ୍ ସମେତ ବ୍ରାଜିଲ, କଲମ୍ବିୟା, କ୍ୟୁବା ପରି ଏକାଧିକ ଦେଶ ନିନ୍ଦା କରିଛନ୍ତି । ପଡ଼ୋଶୀ ଲାଟିନ ଆମେରିକୀୟ ଦେଶଗୁଡ଼ିକ ମଧ୍ୟ ଆମେରିକା ବଳ ପ୍ରୟୋଗକୁ ନାପସନ୍ଦ କରିଛନ୍ତି । ଭାରତ ମଧ୍ୟ ପୁରା ଘଟଣାକୁ ଅନୁଧ୍ୟାନ କରୁଥିବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛି । କେବଳ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଆମେରିକା ସମର୍ଥନରେ ବାହାରିଛନ୍ତି । ମାଦୁରୋଙ୍କ କୁଶାସନର ପତନ ହେଲେ ଆଦୌ ଦୁଃଖ ହେବନାହିଁ ବୋଲି ମତ ରଖିଛନ୍ତି ।

ଭାରତୀୟ ସମୟ ଶନିବାର ରାତି ପ୍ରାୟ ୨ଟାରେ ଦକ୍ଷୀଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଆମେରିକା ସେନା । FBI ଏବଂ CIA ସହାୟତାରେ ବିଭିନ୍ନ ସାମରିକ ଘାଟି ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସହ ଜଡ଼ିତ ପ୍ରତିଷ୍ଠାନ ଉପରେ ମିସାଇଲ ମାଡ଼ କରିଥିଲା US ଡେଲ୍ଟା ଫୋର୍ସ । ରାଜଧାନୀ କାରକାସ ସମେତ ଭେନେଜୁଏଲାର ୪ଟି ସହରରେ ଆକାଶରୁ ହେଲା ନିଆଁବର୍ଷା । ଆମେରିକାରେ ନାର୍କୋ ଆତଙ୍କବାଦର ଅଭିଯୁକ୍ତ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ଥିଲା ଏହି ସାମରିକ ଅପରେସନର ଉଦ୍ଦଶ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America vs Venezuela | America vs Venezuela | 'America on the warpath' and 'Trump to run Venezuela' | Argus News