Viral Video / ଭାରତରେ ଡାକ୍ତରଖାନା ବ୍ୟବସ୍ଥାକୁ ନେଇ ଏମିତି କହିଲେ ଆମେରିକୀୟ ମହିଳା

Key Points
କ୍ରିଷ୍ଟେନ ଫିଶ୍ଚର ନାମକ ଜଣେ ଆମେରିକୀୟ ମହିଳା ଦୀର୍ଘ ୪ ବର୍ଷ ହେବ ଭାରତରେ ରହି ଆସୁଛନ୍ତି । ସେ ନିଜର ଭିଡିଓ ଶେୟାର କରି କହିଥିଲେ, ସେ ପରିବା କାଟୁଥିବା ସମୟରେ ତାଙ୍କର ହାତର ବୁଢା ଆଙ୍ଗୁଠି କଟି ଯାଇଥିଲା । ଆଉ ଖୁବ୍ ଜୋରରେ ରକ୍ତସ୍ରାବ ହେଉଥିଲା ।
ଭାରତର ହସ୍ପିଟାଲ ସେବାକୁ ନେଇ ଏମିତି କହିଛନ୍ତି ଆମେରିକୀୟ ମହିଳା । କିପରି କମ୍ ଟଙ୍କାରେ ସେମାନେ ଚିକିତ୍ସା କରିବା ସହ, ଉପଯୁକ୍ତ ସେବା କରିଥାନ୍ତି ତାହା ସେ ଭିଡିଓ କରି ଶେୟାର କରିଛନ୍ତି । କ୍ରିଷ୍ଟେନ ଫିଶ୍ଚର ନାମକ ଜଣେ ଆମେରିକୀୟ ମହିଳା ଦୀର୍ଘ ୪ ବର୍ଷ ହେବ ଭାରତରେ ରହି ଆସୁଛନ୍ତି । ସେ ନିଜର ଭିଡିଓ ଶେୟାର କରି କହିଥିଲେ, ସେ ପରିବା କାଟୁଥିବା ସମୟରେ ତାଙ୍କର ହାତର ବୁଢା ଆଙ୍ଗୁଠି କଟି ଯାଇଥିଲା । ଆଉ ଖୁବ୍ ଜୋରରେ ରକ୍ତସ୍ରାବ ହେଉଥିଲା ।
ସେଥିପାଇଁ ହାତରେ ବ୍ୟାଣ୍ଡେଜ ଗୁଡାଇ ନିଜ ସାଇକେଲରେ ପାଖ ହସ୍ପିଟାଲକୁ ଯାଇଥିଲେ । ତାଙ୍କ ଘର ପାଖରୁ ହସ୍ପିଟାଲ ମାତ୍ର ୫ ମିନିଟ୍ର ରାସ୍ତା ଥିଲା । ସେଠାରେ ସେ ୪୫ ମିନିଟ ସମୟ କାଟିଥିଲେ । ତାଙ୍କୁ ଲାଗୁଥିଲା ବୋଧେ, ତାଙ୍କର ହାତରେ ଷ୍ଟିଚ୍ କରାଯିବ । କିନ୍ତୁ ଡାକ୍ତର ଷ୍ଟିଚ୍ କରିବାକୁ ମନା କରି ଦେଇଥିଲେ । ଆଉ ହାତରେ ପ୍ରାଥମିକ ଟିକିତ୍ସା ପରେ ରକ୍ତସ୍ରାବ ହୋଇଥିଲା ।
📱 Get Argus News App
✨ଆଉ ସେମାନେ ମାତ୍ର ୫୦ ଟଙ୍କା ହିଁ ତାଙ୍କଠାରୁ ନେଇଥିବା କହିଥିଲେ କ୍ରିଷ୍ଟେନ । କ୍ରିଷ୍ଟେନ କହିଛନ୍ତି, ମାତ୍ର ୫ ମିନିଟ୍ରେ ସେ ଡାକ୍ତରଖାନାରେ ପହଞ୍ଚି ଉପଯୁକ୍ତ ଚିକିତ୍ସା କରିପାରିଲେ, ଆଉ ତାହା ବି ମାତ୍ର ୫୦ ଟଙ୍କାରେ । ସେଥିପାଇଁ ଭାରତରେ ଡାକ୍ତରଖାନା, କ୍ଲିନିକ, ଡାକ୍ତରଙ୍କ ସହ ସହଜରେ ଯୋଗାଯୋଗ କରିହୁଏ ବୋଲି ସେ କହିଛନ୍ତି । ଆଉ ସେଥିପାଇଁ ହିଁ ସେ ଭାରତରେ ରହିବାକୁ ସୁରକ୍ଷିତ ମନେ କରନ୍ତି ।
ଭାରତରେ ଚିକିତ୍ସା ବ୍ୟବସ୍ଥା ସୁଲଭ ମୂଲ୍ୟରେ ମିଳିପାରେ । ହେଲେ ଆମେରିକାରେ ଚିକିତ୍ସା ପାଇଁ ମାସିକ ୨୦୦୦ ଡଲାର ବୀମା ଦେବାକୁ ପଡେ ବୋଲି ସେ କହିଛନ୍ତି । ତେବେ ତାଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଅନେକ ଜଣ କ୍ରିଷ୍ଟେନଙ୍କ ଏପରି ହସ୍ପିଟାଲ ଅଭିଜ୍ଞତାକୁ ମଧ୍ୟ ସମର୍ଥନ ଦେଇଛନ୍ତି ।
Related Topics
Explore more stories