Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସିଆରପିଏଫ ଯବାନ: ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·1 year ago
ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସିଆରପିଏଫ ଯବାନ: ଅମିତ ଶାହ

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦରୁ ମୁକ୍ତ ହେବ ଦେଶ । ଏଥିରେ ସିଆରପିଏଫ ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ମଧ୍ୟପ୍ରଦେଶର ନିମୁଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସିଆରପିଏଫକୁ ଭୂରୀଭୁରୀ ପ୍ରଶଂସା କରିଛନ୍ତି ଶାହ । ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ କୋବ୍ରା ବାଟାଲିୟନର ଯବାନଙ୍କ ଭୁମିକାକୁ ଅଭୂତପୂର୍ବ ବୋଲି କହିଛନ୍ତି ଶାହ । କାଶ୍ମୀରଠାରୁ କନ୍ୟାକୁମାରୀ ଯାଏ ଦେଶର ସୁରକ୍ଷାରେ ସିଆରପିଏଫର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।


ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ୨ ହଜାର ୨୬୪ ଯବାନ ସହିଦ ହୋଇଛନ୍ତି। ସହିଦ ସ୍ମାରକରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଯବାନମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ସିଆରପିଏଫ୍ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂହ ସାମିଲ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
amit-shah-assures-to-wipe-out-naxalism-by-2026-calls-crpf-backbone | Argus News