Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Amit Shah / 'ଏଥର ପଶ୍ଚିମବଙ୍ଗରେ ନିଶ୍ଚୟ ସରକାର କରିବ BJP'

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
'ଏଥର ପଶ୍ଚିମବଙ୍ଗରେ ନିଶ୍ଚୟ ସରକାର କରିବ BJP'
Amit Shah

Key Points

ଭାରତ-ବାଂଲାଦେଶ ସୀମା ବନ୍ଦ ପ୍ରସଙ୍ଗରେ ମମତାଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ।

କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରଣହୁଙ୍କାର । ମମତା ସରକାରଙ୍କ ଦୁର୍ନୀତି ପୋଲ୍ ଖୋଲିବା ସହ ଆସନ୍ତାବର୍ଷ ନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କୋଲକାତାରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଶାହ । ଦୁର୍ନୀତି, ମହିଳା ସୁରକ୍ଷା, ଅନୁପ୍ରବେଶ, ଶିଳ୍ପ ସ୍ଥାନାନ୍ତର ଆଦି ପ୍ରସଙ୍ଗରେ TMC ସରକାରଙ୍କୁ କରିଛନ୍ତି ଟାର୍ଗେଟ୍ । ୨୦୨୧ ନିର୍ବାଚନରେ ୭୭ଟି ଆସନ ଜିତି ମୁଖ୍ୟ ବିରୋଧୀଦଳର ମାନ୍ୟତା ପାଇବା ସହ ବିଜେପି ମମତା ସରକାରଙ୍କୁ ଦେଇଥିଲା କଡ଼ା ଚାଲେଞ୍ଜ । ଆଗାମୀ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ଟିଏମସି ସରକାରକୁ ଜବାବ ଦେବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି ଶାହ ।

ପଶ୍ଚିମବଙ୍ଗରେ ପରିବର୍ତ୍ତନର ସ୍ପଷ୍ଟ ସଂକେତ । ଆଗାମୀ ନିର୍ବାଚନରେ ଦୁଇ-ତୃତୀୟାଂଶ ଜନମତ ସହ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମମତାଙ୍କ ଭୋଟ ବ୍ୟାଙ୍କ ରାଜନୀତି ଯୋଗୁ ରାଜ୍ୟ ବିକାଶ ବାଟବଣା ହୋଇଥିବା କହିଛନ୍ତି ଶାହ । ୧୪ ବର୍ଷ ହେଲା ଭୟ ଓ ଦୁର୍ନୀତି ପାଲଟିଛି ପଶ୍ଚିମବଙ୍ଗର ପରିଚୟ ।

ମମତା ସରକାର ଜାଣିଶୁଣି ଆୟୁଷ୍ମାନ ଭାରତ ପରି କେନ୍ଦ୍ରୀୟ ଯୋଜନା ଲାଗୁ ନକରି ରାଜ୍ୟର ଗରିବଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରୁଛନ୍ତି । ବେଙ୍ଗଲରେ ମନ୍ତ୍ରୀଙ୍କ ଘରୁ ୨୭ କୋଟି ଟଙ୍କା ମିଳିବା ଘଟଣା ଟିଏମସି ଦୁର୍ନୀତିର ବଡ଼ ପ୍ରମାଣ ବୋଲି କହିଛନ୍ତି ଶାହ । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସମର୍ଥନ ଲୋଭରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ପରମ୍ପରାକୁ ହେୟଜ୍ଞାନ କରିବା ସହ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇଥିବା ପରି ସଙ୍ଗିନ ଅଭିଯୋଗ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦୁର୍ନୀତି, ମହିଳା ସୁରକ୍ଷା, ଅନୁପ୍ରବେଶ, ଶିଳ୍ପ ସ୍ଥାନାନ୍ତର ଆଦି ପ୍ରସଙ୍ଗରେ TMC ପୋଲ୍ ଖୋଲିବା ସହ ମମତା ସରକାରଙ୍କ ଯିବା ସମୟ ପାଖେଇ ଆସିଲାଣି ବୋଲି କହିଛନ୍ତି ଶାହ ।

ଆସନ୍ତାବର୍ଷ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ । ୨୦୧୬ରେ ମାତ୍ର ୩ଟି ଆସନ ପାଇଥିବା ଦଳ ୨୦୨୧ ବିଧାନସଭା ନିର୍ବାଚନରେ ୭୭ଟି ଆସନ ଜିତି ମୁଖ୍ୟ ବିରୋଧୀଦଳର ମାନ୍ୟତା ପାଇବା ସହ ମମତା ସରକାରଙ୍କୁ କଡ଼ା ଚାଲେଞ୍ଜ ଦେଇଥିଲା । ରାଜ୍ୟରେ ବିଜେପିର ଉତ୍ଥାନ ସହ କଂଗ୍ରେସ ଓ ବାମଦଳ ମାଟିରେ ମିଶିଛି ବୋଲି ଶାହ କହିଛନ୍ତି । ୨୦୧୬ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ​​୧୦% ଭୋଟ ମିଳିଥିବାବେଳେ ୨୦୨୧ ବିଧାନସଭା ନିର୍ବାଚନରେ ​୨୧%କୁ ବୃଦ୍ଧି ପାଇଥିଲା । ବିଧାନସଭା ସହ ଲୋକସଭା ନିର୍ବାଚନରେ ବି ଟିଏମସିକୁ ବଡ଼ ଝଟକା ଦେଇଥିଲା ବିଜେପି । ୨୦୧୪ ଲୋକସଭା ନିର୍ବାଚନରେ ୨ଟି ଓ ୨୦୧୯ରେ ୩ଟି ଆସନ ଜିତିଥିବା ଦଳ ୨୦୨୪ ଲୋକସଭା ନିର୍ବାଚନରେ ୧୨ ଆସନ ଜିତିବାରେ ସମର୍ଥ ହୋଇଥିଲା ।

ଗତ ୧୫ ବର୍ଷ ଭିତରେ ରାଜ୍ୟରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଅନୁପ୍ରବେଶ ରାଜ୍ୟର ସବୁଠାରୁ ବଡ଼ ସମସ୍ୟା ହୋଇଥିଲେ ବି ମମତା ସରକାର ଭୋଟବ୍ୟାଙ୍କ ରାଜନୀତି ଯୋଗୁଁ ରାଜ୍ୟ ସୀମାକୁ ବିପଦପୂର୍ଣ୍ଣ ଭାବେ ଖୋଲା ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଗତ ୬ ବର୍ଷ ମଧ୍ୟରେ, କେନ୍ଦ୍ର ଗୃହ ସଚିବ ତିନିଥର ପଶ୍ଚିମବଙ୍ଗ ଗସ୍ତ କରି ରାଜ୍ୟ ମୁଖ୍ୟ ସଚିବଙ୍କ ସହ ବୈଠକ କରିଛନ୍ତି । ଭାରତ-ବାଂଲାଦେଶ ସୀମାରେ ବାଡ଼ ଦେବା ପ୍ରସଙ୍ଗରେ ସିଏମଙ୍କୁ ୭ଟି ଚିଠି ଲେଖିଥିଲେ ବି ସରକାର ନେଇନଥିଲେ କୌଣସି ପଦକ୍ଷେପ । ରାଜ୍ୟକୁ ସୁରକ୍ଷିତ କରିବାକୁ, ଟିଏମସି ସରକାରକୁ ଜବାବ ଦେବାକୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Amit Shah | Amit Shah In West Bengal: Home Minister Vows To 'End Infiltration | Argus News