|
logo
Live
Argus News App
GET APP

Argus News - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି ଅମିତ ଶାହ

National

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି ଅମିତ ଶାହ

ଅର୍ଗସ ବ୍ୟୁରୋ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଜ ଅଭିଭାଷଣ ଆରମ୍ଭରୁ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ନମସ୍କାର ଜଣାଇବା ସହ ଏ ବି ଭି ପି ବିଶ୍ୱର ଏକ ମାତ୍ର ଛାତ୍ର ସଂଗଠନ ଯାହା କି ପାଠପଢ଼ା ସହ ଚରିତ୍ର ଗଠନରେ ଏହି ସଂଗଠନର ଭୂମିକା ଗୁରୁତ୍ୱପୁର୍ଣ୍ଣ ଗ୍ରହଣ କରୁଛି । ଏହି ଅଧିବେଶନରେ ଅତିଥି  ହୋଇଥିବାରୁ ମୁଁ ଗର୍ବିତ। ଆମେ ସୌଭାଗ୍ୟବାନ ଅମୃତ କାଳରେ ଏହି ଅଧିବେଶନ ହୋଇଛି । ମୁଁ ଗର୍ବରେ କହିବି ବିଦ୍ୟାର୍ଥୀ ପରିଷଦର praduct ବୋଲି । ରାଷ୍ଟ୍ରର ହିତ ପାଇଁ ବିଦ୍ୟାର୍ଥୀ ପରିଷଦ ନିଜେ ରାସ୍ତାରୁ ହଟିବେନି। ସରକାରଙ୍କୁ ବି ହଟିବାକୁ ଦେବେନି। ମଦନ ଦାସ ତ୍ରିଦେବ ବିଦ୍ୟାର୍ଥୀଙ୍କୁ ସଠିକ ବାଟରେ ନେଉଥିଲେ। ସମାଜରେ କଣ ଠିକ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କୁ ଜଣାଇଥିଲେ । କାଶ୍ମୀର ବି ଆମର ନର୍ଥ ଇଷ୍ଟ ବି ଆମର। ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଏବିଭିପିର ଯୋଗଦାନ ବହୁତ ବଡ ବଡ଼ କାର୍ଯ୍ୟ କରିଛି।

ଆମ କାମ ଶେଷ ହୋଇନି। ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଲାଗିଛୁ। ଦେଶ ପାଇଁ ଜୀବନ ଦେବା ନୁହେଁ ଦେଶ ପାଇଁ ଜୀବନ ଯିଇବା ବଡ କଥା । ଅମୃତକାଳର ସଂକଳ୍ପ ତୁମ ପାଇଁ। ଏବିଭିପିର ସମସ୍ତ ସଙ୍ଘଠନର ବରିଷ୍ଟାଙ୍କୁ ଧନ୍ୟବାଦ। ତୃଷ୍ଟି କରଣ ଓ ପରିବାରବାଦ ଜାଗାରେ ଆମ ସରକାର ବିକାଶକୁ ପ୍ରାଧାନ୍ୟ ଦେଇଛି । ଅର୍ଥ ନୀତିରେ ଆମେ ପାଞ୍ଚ ନମ୍ବର ଖୁବ ଶୀଘ୍ର ୩ନମ୍ବରକୁ ଆସିବୁ । ମୋଦି ସରକାରଙ୍କ ଯୋଗୁଁ ଆଜି lalchowkରେ ତ୍ରିରଙ୍ଗା ଉଡାଇବାକୁ କେହି ଅଟକେଇପାରିବେନି। ରାଜନୀତି ସ୍ଥିରତା, ଶାନ୍ତିର ମାହୋଲ, ସୁରକ୍ଷିତ ଭାରତ ଆଜି ମୋଦିଙ୍କ ନେତୃତ୍ୱରେ ହୋଇଛି। ଯୁବାଶକ୍ତି ଦେଶକୁ ବଦଳାଇପାରିବେ। ଆଜିର ଯୁବକଙ୍କୁ ରାସ୍ତା ଖୋଜିବାକୁ ପଡ଼ିବନି। 75ବର୍ଷ ଧରି ଏହି ସଂଘଠନ ରାସ୍ତା ଦେଖାଉଚି । ଡିଜିଟାଲ କ୍ରାନ୍ତି ସହ drone, ଆନିମେସନରେ ବିଶ୍ୱସ୍ତରରେ ଆମ ଯୁବକ କାମ କରୁଛନ୍ତି । ଷ୍ଟାର୍ଟଅପ କ୍ଷେତ୍ରରେ ୨ରେ ଅଛୁ। ମୋଦି ସରକାରଙ୍କ ସମୟରେ 15 aiims, 390ବିଶ୍ୱବିଦ୍ୟାଳୟ,7000collage କରିଛୁ। ଦେଶରେ ଏବେ ଷ୍ଟାର୍ଟ up ଦୁଇ ଲକ୍ଷ ଅଛି। ନାସନାଲ space policy ଆରମ୍ଭ ହୋଇଛି। ଛାତ୍ର ଛାତ୍ରୀଙ୍କୁ ଉପଦେଶ ଦେଇ ନିଜର ବ୍ୟକ୍ତିଗତ ଜୀବନରେ ବୃଦ୍ଧି କରିବା ସହ ଦେଶ ପ୍ରତି କର୍ତଵ୍ୟ ଭୁଲିବ ନାହିଁ କହିଥିଲେ । କେହି କଳ୍ପନା କରିନଥିଲେ କିନ୍ତୁ ମୋଦି କରିଦେଖାଇଲେ ରାମ ମନ୍ଦିର ।

ଦେଶରେ କେବେ ବି କେହି ଭାବି ନ ଥିଲେ medical, engineer, ନିଜ ଭାଷାରେ ପଢିବେ । ଆମ ସଂସ୍କୃତି ହିଁ ଆମ ଆଧୁନିକତା।ବିଦ୍ୟାର୍ଥୀ ପରିଷଦ ସଂସ୍ଥା ନୁହିଁ ରାଷ୍ଟ୍ର ନିର୍ମାଣରେ ଏକ ଆନ୍ଦୋଳନ। ଭାରତମାତାକୁ ନିଜର ଜୀବନ ସମର୍ପିତ କରିବା ଉଚିତ।ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଦେଶର  ସମସ୍ତ ରାଜ୍ୟରୁ ଛାତ୍ରଛାତ୍ରୀ ଓ ଏବିଭିପି ସଦସ୍ୟ ମାନେ ଭାଗ ନେଇ ଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଭିଭାଷଣ ଶୁଣି ଅନେକ ଛାତ୍ରଛାତ୍ରୀ ନିଜର ପାଠ ପଢା ସହ ରାଷ୍ଟ୍ର ଗଠନରେ ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି କହିଛନ୍ତି।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଉଦେଶ୍ୟ ଛାତ୍ରଛାତ୍ରୀ ମାନେ ନିଜର ପାଠପଢା ସହ ଚରିତ୍ର ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ ଯାହାକି ଏହି ଅଧିବେଶନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅମିତ ଶାହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

 

Sponsored
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି ଅମିତ ଶାହ | Argus News