Amit Shah / ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ କାର୍ଯ୍ୟକ୍ରମର ଉଦଘାଟନ କରିବେ ଅମିତ ଶାହ
·8 months ago·1 min read

Key Points
ଆଜିଠୁ ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ କାର୍ଯ୍ୟକ୍ରମ । ଆଜି କାର୍ଯ୍ୟକ୍ରମର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଆଜିଠୁ ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ କାର୍ଯ୍ୟକ୍ରମ । ଆଜି କାର୍ୟ୍ୟକ୍ରମର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୯ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବେ ପିଏମ ମୋଦି । ଗ୍ଲୋବାଲ୍ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ କରିବେ ଅଧ୍ୟକ୍ଷତା । କାର୍ଯ୍ୟକ୍ରମରେ ଯୋଗଦେବେ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ ଓ ଗୋଆ ମୁଖ୍ୟମନ୍ତ୍ରୀ। ମୁମ୍ବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ବନ୍ଦର ସଂଘ ସହଭାଗିତାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଅକ୍ଟୋବର 31 ଯାଏ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶର ସାମୁଦ୍ରିକ ଶିଳ୍ପର ମୁଖ୍ୟ, ନୀତି ନିର୍ଦ୍ଧାରକ, ନିବେଶକ, ନବସୃଜନକାରୀ ଏବଂ ଅଂଶୀଦାରମାନେ ଯୋଗଦେବେ । ଉଦଘାଟନୀ ଅଧିବେଶନରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଯୋଗଦେବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories