Amit saha odisha visit / ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏକାଧିକ ପ୍ରକଳ୍ପର କରିବେ ଉଦଘାଟନ
·4 months ago·2 min read

Key Points
ଆଜିଠୁ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ସାଢ଼େ ୧୦ଟାରେ ପହଞ୍ଚିବେ
ସିଆଇଏସ୍ଏଫ୍ CISFର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ
ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ସାଢ଼େ ୧୦ଟାରେ ପହଞ୍ଚିବେ
ସିଆଇଏସ୍ଏଫ୍ CISFର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ
ଆଜିଠୁ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ସାଢ଼େ ୧୦ଟାରେ ପହଞ୍ଚିବେ। ସେଠାରୁ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ CISF ର 57 ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହ। ପରେ ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ।
ଦେଶର ବିଭିନ୍ନ ସ୍ଥାନରେ 5 ଟି ବଡ଼ ପ୍ରକଳ୍ପର ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ । ଏହି ପ୍ରକଳ୍ପର ମୂଲ୍ୟ 889.31 କୋଟି ଟଙ୍କା ହେବ । ପାରାଦ୍ଵୀପ ଇଫକୋ ପରିସରରେ ୭୦୦ କୋଟି ଟଙ୍କାର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଶୁଭ ଉଦଘାଟନ କରିବେ ଅମିତ ଶାହା। ଏହା ସହ ଇଫକୋ କମ୍ପାନୀ ପରିସରରେ ଥିବା ଷ୍ଟାଡିୟମରେ ଆୟୋଜିତ ସଭାକୁ ସମ୍ବୋଧିତ କରିଵେ ଗୃହମନ୍ତ୍ରୀ । ଶାହଙ୍କ ଗସ୍ତ ପୂର୍ବରୁ CISF ଡିଜି ପ୍ରେସମିଟ କରି କହିଛନ୍ତି, କୋଇଲା ଚୋରି କ୍ଷେତ୍ରରେ ଗିରଫ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚଲାଣ କରିବ ସିଆଇଏସ୍ଏଫ୍ ସେହିପରି ଦେଶର ଡ୍ରୋନ ଇମ୍ପ୍ଲିମେଣ୍ଟେସନ ଓ ଆଣ୍ଟି ଡ୍ରୋନ ସିଷ୍ଟମ ପରିଚାଳନା ଦାୟିତ୍ୱ ରହିବ ସିଆଇଏସ୍ଏଫ୍ ହାତରେ । ଏଥିପାଇଁ ସ୍ୱତନ୍ତ୍ର ତାଲିମ ନେଇଛନ୍ତି ସିଆଇଏସ୍ଏଫ୍ ଯବାନ। ଅପରେସନ ସିନ୍ଦୁରରେ ଡ୍ରୋନର ବ୍ୟବହାର ପରେ ଏହି ଦିଗ ରେ ଅଧିକ ଗୁରୁତ୍ୱ ଦେଉଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଜାମ୍ମୁ କାଶ୍ମୀରର ଉରୀ ସେକ୍ଟରରେ ପାକିସ୍ତାନ ତରଫରୁ ଡ୍ରୋନ ଆକ୍ରମଣ ବେଳେ 300 ଲୋକଙ୍କ ଜୀବନ ବଞ୍ଚାଇଥିଲା CISF ଆଜି ଠାରୁ ୟୁନିଟ୍-୩ ପ୍ରଦର୍ଶନ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ‘ନ୍ୟାୟ ସଂହିତା ପ୍ରଦର୍ଶନୀ’। ଏହି ପ୍ରଦର୍ଶନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଦେଶର ତୃତୀୟ ବୃହତ ଅର୍ଦ୍ଧସାମରିକ ବାହିନୀ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ । CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହ । କଟକ ମୁଣ୍ଡଳୀସ୍ଥିତ ଏହି ସମାରୋହରେ ଯୋଗ ଦେଇ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୮୮୯ କୋଟି ଟଙ୍କାର ୫ଟି ବଡ଼ ପ୍ରକଳ୍ପର ଉଦ୍ଘାଟନ କରିବେ । ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା, ପରମାଣୁ ସଂସ୍ଥା, ବିମାନ ବନ୍ଦର ଆଦି ସୁରକ୍ଷା ସମ୍ଭାଳୁଥିବା CISFକୁ ମିଳିଛି ବଡ଼ ଦାୟିତ୍ୱ । କୋଇଲା ଚୋରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବାକୁ ମିଳିଛି ଅଧିକାର । ସେହିପରି ଦେଶର ସୁରକ୍ଷା ପାଇଁ ଡ୍ରୋନ୍ ଓ ଆଣ୍ଟିଡ୍ରୋନ୍ ପରିଚାଳନା, ବନ୍ଦର ସୁରକ୍ଷାରେ ବି ନିୟୋଜିତ ହେବ CISF ଖୁବ୍ଶୀଘ୍ର ଦେଶରେ CISFର ଏକ ସ୍ୱତନ୍ତ୍ର ମହିଳା ବାଟାଲିୟନ୍ ପ୍ରସ୍ତୁତ ହେବ ବୋଲି କହିଛନ୍ତି CISF ଡିଜି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories