ବିପର୍ଯ୍ୟୟ ସହାୟତା ପାଇଁ ଆଉ କାହା ନମ୍ବର ଲାଗିବ ନାହିଁ, କାହିଁକି ଏମିତି କହିଲେ ଅମିତ ଶାହ ?

ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ବିଲ୍ ଉତ୍ତର ଦେବା ସମୟରେ ବିରୋଧୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଶାନା କରିଛନ୍ତି । ଡିଜାଷ୍ଟର ମ୍ୟାନେଜମେଣ୍ଟ ସଂଶୋଧନ ବିଧେୟକ-୨୦୨୪କୁ ନେଇ ଚର୍ଚ୍ଚା ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି ଶାହ ।
ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ଦେଶର ଯେ କୌଣସି ରାଜ୍ୟରେ ବିପର୍ଯ୍ୟୟ ସମୟରେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ୧୦ ବର୍ଷ ପୂର୍ବରୁ କେଉଁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି, ତାହା ଉପରେ କେନ୍ଦ୍ରୀୟ ସହାୟତା ନିର୍ଭର କରୁଥିଲା ବୋଲି କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଶାହ ।
ଏହାସହ ଆଗାମୀ ୧୫ରୁ ୨୦ ବର୍ଷ ଯାଏଁ ଆଉ କାହାର ନମ୍ବର ଲାଗିବାର ନାହିଁ କହି କଂଗ୍ରେସକୁ ନିଶାନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ବିଲ୍ ସଂଶୋଧନକୁ ନେଇ କିଛି ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ସିଧା ଉତ୍ତର ଦେଇଥିଲେ ଶାହ ।
📱 Get Argus News App
✨
ନିକଟରେ ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବିଲ୍ଡିଂ ଭୁଶୁଡ଼ି ଏକାଧିକ ଜୀବନ ଯାଇଛି । ତେବେ ପୁରୁଣା ବିଲ୍ଡିଂର ମରାମତି ଦାୟିତ୍ଵ କାହାର ବୋଲି ପ୍ରଶ୍ନ କରିବା ସହ ସେମାନେ ଆସି ବିଲ୍ଡିଂ ମରାମତି କରିବେ ନାହିଁ, ଆମକୁ ହିଁ କରିବାକୁ ପଡ଼ିବ ବୋଲି କହିଛନ୍ତି ଶାହ ।