|
logo
Live
Argus News App
GET APP

Argus News - ଶାହଙ୍କ ଦମ୍ଭୋକ୍ତି: ୨୬ ସୁଦ୍ଧା ସଫା ହେବେ ନକ୍ସଲ !

National

ଶାହଙ୍କ ଦମ୍ଭୋକ୍ତି: ୨୬ ସୁଦ୍ଧା ସଫା ହେବେ ନକ୍ସଲ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଶାହଙ୍କ ଦମ୍ଭୋକ୍ତି: ୨୬ ସୁଦ୍ଧା ସଫା ହେବେ ନକ୍ସଲ !

Key Points

  • ୨୬ ସୁଦ୍ଧା ସଫା ହେବେ ନକ୍ସଲ
  • ଶାହଙ୍କ ବଡ଼ ବୟାନ
  • ଭୟରେ ଥରୁଛି ନକ୍ସଲ କ୍ୟାମ୍ପ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ୨୦୨୬ ସୁଦ୍ଧା ଦେଶରୁ ସଫା ହେବେ ନକ୍ସଲ । କୌଣସି ରାଜ୍ୟରେ ତାଙ୍କର ଉତ୍ପାତ ବି ଦେଖିବାକୁ ମିଳିବନି । ଏହାସହ ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ କହିଛନ୍ତି ଶାହ । 

କେମିତି ଆତଙ୍କବାଦ ମୂଳପୋଛ ହେବ ସେନେଇ ଅନେକ ଯୋଜନା କର଼ୁଛନ୍ତି କେନ୍ଦ୍ର । ଖାସ କରି ନକ୍ସଲଙ୍କୁ ଦମନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଶାହ । ହେଲେ ଏବେ ଯେଉଁପରି ଭାବରେ ମାତ୍ର ୨ ବର୍ଷରେ ନକ୍ସଲଙ୍କୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରାଯାଇଥିବା କହିଲେ ତାହାକୁ ନେଇ ଚର୍ଚ୍ଚା ବଢିଛି । ସୂଚନା ଅନୁସାରେ, ନକ୍ସଲ ହିଂସାର ଶିକାର ହୋଇଥିବା ୫୫ ଜଣ ପୀଡିତଙ୍କୁ ସମ୍ବୋଧନ କରି ଶାହା କହିଛନ୍ତି , ଆମେ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରିବୁ ଏବଂ ଶାନ୍ତି ପ୍ରତିଷ୍ଠା କରିବୁ । ବସ୍ତରର ୪ଟି ଜିଲ୍ଲାକୁ ଛାଡ଼ିଦେଲେ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶରେ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହେଉଛନ୍ତି । ୩୧.୦୩.୨୦୧୬ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ ହେବ । 

ଏବେ ଛତିଶଗଡ଼ରେ ମାତିଛନ୍ତି ଲାଲବାହିନୀ । ଖାସ କରି ୪ ଜିଲ୍ଲାରେ ଅଧିକ ଉତ୍ପାତ ହେଉଛନ୍ତି । ତେଣୁ କେନ୍ଦ୍ରର ଫୋକସରେ ସେହି ୪ ଜିଲ୍ଲା । କେମିତି କମ୍ବିଂ ଅପରେସନ୍‌ ହେବ ? କେମିତି ସର୍ଚ୍ଚ ଅପରେସନ୍‌ ହେବ ସେନେଇ ଯୱାନ ବି ରଣକୌଶଳ ବାହାର କରିଛନ୍ତି । ତେଣୁ ଅଚାନକ ଗୁଳିବର୍ଷାରେ ଧ୍ଵଂସବିଧ୍ଵସ୍ତ ହେଉଛି ମାଓ କ୍ୟାମ୍ପ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ସରକାର ଅମଳରେ ଲାଲବାହିନୀ ଏକ କରିଡର ତିଆରି କରୁଥିଲେ । ଯାହା ନେପାଳରୁ ତିରୁପତି ଯାଏଁ ଲମ୍ବିବାକୁ ଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ଗୁଇନ୍ଦା ସୂଚନା ଆଧାରରେ ମାଓ ପ୍ଲାନକୁ ପଣ୍ଡ କରିଥିଲା । ଏହାସହ କେନ୍ଦ୍ର ଗୃହମନ୍ତ୍ରଣାଳୟ ଖୁବଶୀଘ୍ର ଛତିଶଗଡର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ ବୋଲି ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତି ବୋଲି ଶାହା କହିଛନ୍ତି । ମୋଟ୍‌ ଉପରେ ମାଓବାଦୀକୁ ମୂଳପୋଛ କରିବାକୁ କେନ୍ଦ୍ରର ଯୋଜନାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 

Sponsored
ଶାହଙ୍କ ଦମ୍ଭୋକ୍ତି: ୨୬ ସୁଦ୍ଧା ସଫା ହେବେ ନକ୍ସଲ ! | Argus News