Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Amit Shah On SIR / ରାହୁଲଙ୍କ ଉପରେ ଚିଡ଼ିଗଲେ ଶାହ, ସଂସଦରେ ହୋଇପାରିବନି SIR ଆଲୋଚନା

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ରାହୁଲଙ୍କ ଉପରେ ଚିଡ଼ିଗଲେ ଶାହ, ସଂସଦରେ ହୋଇପାରିବନି SIR ଆଲୋଚନା
Amit Shah

Key Points

ବିରୋଧୀ ସାମ୍ବିଧାନିକ ସଂସ୍ଥାର କାର୍ଯ୍ୟ ଉପରେ ବି ପ୍ରଶ୍ନ ଉଠାଉଛନ୍ତି ।
ସଂସଦରେ SIR ଉପରେ ଚର୍ଚ୍ଚା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅମିତ ଶାହ।

ସଂସଦରେ ପୁଣି ଥରେ କଂଗ୍ରେସ ଗୋହି ଖୋଳିଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । କଂଗ୍ରେସକୁ ଏମିତି ଧୋଇଲେ ଯେ ସମସ୍ତଙ୍କ ମୁହଁରେ ପଡ଼ିଲା ତାଲା । କେହି କିଛି କହିପାରିଲେ ନାହିଁ । କଂଗ୍ରେସର କଳା ଇତିହାସ ସମସ୍ତଙ୍କ ସାମ୍ନାରେ ରଖି ଚିତ୍କାର କଲେ ଶାହ ।

ଶାହ କହିଲେ... ଦେଶରେ ନେହରୁ ପ୍ରଧାନମନ୍ତ୍ରୀ ହେବା, ଥିଲା ପ୍ରଥମ ଭୋଟ ଚୋରି । ଲୋକସଭାରେ ନିର୍ବାଚନ ସଂସ୍କାର ଚର୍ଚ୍ଚାରେ ଏପରି ଟିପ୍ପଣୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । SIR ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଚର୍ଚ୍ଚା ଦାବି ଉପରେ କଡ଼ା ଜବାବ ଦେଇଛନ୍ତି ଶାହ । ଅନୁପ୍ରବେଶକାରୀଙ୍କୁ କେବେ ହେଲେ ଦେଶରେ ପିଏମ ଓ ସିଏମ ଚୟନ କରିବାକୁ ସୁଯୋଗ ମିଳିବ ନାହିଁ ।

SIR ଦେଶ ପାଇଁ ଜରୁରୀ, ସମୟ ସମୟରେ SIR ପ୍ରକ୍ରିୟା ହେବା ସ୍ବାଭାବିକ । କିନ୍ତୁ ବିରୋଧୀ ଦୀର୍ଘ ୪ ମାସ ଧରି ଏହାର ପ୍ରତିବାଦ କରି କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶାହ । ମତଦାତା ସୂଚୀ ନୂଆ ହେଉ କି ପୁରୁଣା, ଆପଣଙ୍କ ପରାଜୟ ନିଶ୍ଚିତ ବୋଲି ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ବିରୋଧୀ ସାମ୍ବିଧାନିକ ସଂସ୍ଥାର କାର୍ଯ୍ୟ ଉପରେ ବି ପ୍ରଶ୍ନ ଉଠାଉଛନ୍ତି । ସଂସଦରେ SIR ଉପରେ ଚର୍ଚ୍ଚା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅମିତ ଶାହ।

ଅନ୍ୟପଟେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ୮୮ ମିନିଟ୍ ଧରି ବୈଠକ ହୋଇଥିଲା । ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟ ସୂଚନା କମିଶନର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ପ୍ରାର୍ଥୀ ଚୟନ ଉପରେ ଆଲୋଚନା କରିବାକୁ ଦୁହିଁଙ୍କର ବୈଠକ ହେବାର ଥିଲା। ତେବେ ଏତେ ଲମ୍ବା ସମୟ ଧରି ଆଲୋଚନା ଚାଲିବା ଅନେକ କଳ୍ପନାଜଳ୍ପନା ସୃଷ୍ଟି କରିଛି।

ରାହୁଲ ଗାନ୍ଧୀ ଅପରାହ୍ନ ଗୋଟାଏରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ରେ ପହଞ୍ଚିଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଲୋଚନାରେ କେବଳ ମୁଖ୍ୟ ସୂଚନା କମିଶନର ନୁହଁନ୍ତି, ବରଂ ଆଠ ଜଣ ସୂଚନା କମିଶନର ଏବଂ ଜଣେ ଭିଜିଲାନ୍ସ କମିଶନରଙ୍କ ନିଯୁକ୍ତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ।

ବୈଠକରୁ ବାହାରିବା ପରେ ଜଣାପଡିଛି ଯେ ରାହୁଲ ଗାନ୍ଧୀ ସମସ୍ତ ନିଯୁକ୍ତି ଉପରେ ନିଜର ଆପତ୍ତି ପ୍ରକାଶ କରିବା ସହ ଲିଖିତ ଭାବେ ଏହାକୁ ଦାଖଲ କରିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ ସୂଚନା କମିଶନ (CIC) ରେ ମୁଖ୍ୟ ସୂଚନା କମିଶନରଙ୍କ ସମେତ ୮ଟି ପଦବୀ ଖାଲି ପଡ଼ିଛି। ପୂର୍ବତନ ମୁଖ୍ୟ ସୂଚନା କମିଶନର ହୀରାଲାଲ ସାମରିଆ ସେପ୍ଟେମ୍ବର ୧୩ରେ ଅବସର ନେବା ପରେ ଏହି ପଦ ଖାଲି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Amit Shah On SIR | Amit Shah Shatters Rahul Gandhi's 'Vote Chori' Narrative In Indomitable Style During S.I.R Debate | Argus News