Videos
|
National

'କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ'

Smruti Parija
Browse all articles by Smruti Parija
·2 years ago·1 min read
'କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ'

ଅର୍ଗସ ବ୍ୟୁରୋ: ଏଥର ଓଡ଼ିଶାରେ ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ । ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ଅମିତ ଶାହ କଲେ ଅନୁରୋଧ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ ହେଉଛି । 

'ଓଡ଼ିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢ଼ିବାକୁ ବିଜେପି ସ୍ଥିର କରିଛି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏବଂ ନିଷ୍ପତ୍ତି ଆଧାରରେ ପଦକ୍ଷେପ ନେଇଥିବା କହିଛନ୍ତି ଅମିତ୍ ଶାହ । ଆହୁରି ମଧ୍ୟ ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ସେ ଅନୁରୋଧ କରିଛନ୍ତି । ମୋଦି ଯେଉଁଠି ବିଜୟୀ ହୋଇଛନ୍ତି ସେଠି ବିକାଶ ଦ୍ରୁତ ଗତିରେ ହୋଇଛି। ଏଣୁ ଓଡ଼ିଶାରେ ବି ବିକାଶ ଦ୍ରୁତ ଗତିରେ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ଅମିତ୍ ଶାହ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: