Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Amit Shah / ୬୧ ବର୍ଷରେ ପାଦ ଥାପିଛନ୍ତି ଇଲେକ୍ସନ୍‌ ଷ୍ଟ୍ରାଟିଜେ ମେକର ଅମିତ ଶାହ

Rashmita Mishra
Browse all articles by Rashmita Mishra
·8 months ago·1 min read
୬୧ ବର୍ଷରେ ପାଦ ଥାପିଛନ୍ତି ଇଲେକ୍ସନ୍‌ ଷ୍ଟ୍ରାଟିଜେ ମେକର ଅମିତ ଶାହ

Key Points

ଆଜି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ
୬୧ ବର୍ଷରେ ପାଦ ଥାପିଛନ୍ତି ରାଜନେତା ଅମିତ ଶାହ
ଭାରତକୁ ନୂଆ ମାଇଲଖୁଣ୍ଟ ଛୁଆଁଇଛନ୍ତି ଏହି ଟଲ୍‌ ଫିଗର୍‌
ରାଜନୀତିରେ ଗୋଟି ଚାଳନା କରିବାରେ ସେ ବେଶ୍‌ ପାରଙ୍ଗମ

ବିଜେପିର ଚାଣକ୍ୟ ଇଲେକ୍ସନ୍‌ ଷ୍ଟ୍ରାଟିଜେ ମେକର ତଥା ଭାରତୀୟ ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ଅମିତ ଶାହ । ୬୧ ବର୍ଷରେ ପାଦ ଥାପିଛନ୍ତି ଏହି ରାଜନେତା । କେନ୍ଦ୍ର ମନ୍ତ୍ରୀ ହିସାବରେ ଭାରତକୁ ଏକ ନୂଆ ମାଇଲଖୁଣ୍ଟ ଛୁଆଁଇଛନ୍ତି ଏହି ଟଲ୍‌ ଫିଗର୍‌ । ସତରଞ୍ଜରେ ମାହିର, ରାଜନୀତିରେ ଗୋଟି ଚାଳନା କରିବାରେ ସେ ବେଶ୍‌ ପାରଙ୍ଗମ । ପଞ୍ଚାୟତରୁ ସଂସଦ ଯାଏ ବିଜେପିକୁ କ୍ଷମତାକୁ ଆଣିବାକୁ ତାଙ୍କର ରହିଛି ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ।

ଅମିତ ଶାହ ଦେଶର ଗୃହମନ୍ତ୍ରୀ ଜଣେ ଦକ୍ଷ ସଙ୍ଗଠକ ଭାବେ ସେ ଯେତିକି ପରିଚିତ, ତୃଣମୂଳସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ସେ ସେତିକି ମାହିର । ଦେଶରେ ନକ୍ସଲ ଦମନ ଅଭିଯାନରେ ଶାହଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ୨୦୧୪ ଜୁଲାଇ ମାସରେ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ ସେ ବିଜେପିର ବିସ୍ତାର ପାଇଁ ସାରାଦେଶ ବୁଲିଥିଲେ । ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରି ବିଜେପିକୁ କ୍ଷମତାକୁ ଆଣିଥିଲେ ।

୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ । ଭାରତୀୟ ରାଜନୀତି ସମତେ ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ଅମିତ ଶାହଙ୍କ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା । ତାଙ୍କର ଗୃହମନ୍ତ୍ରିତ୍ବ ସମୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଧାରା ୩୭୦ ଉଚ୍ଛେଦ, ସିଏଏ ସଂଶୋଧନ, ୟୁସିସି ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଭାରତ ନ୍ୟାୟ ସଂହିତା, ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅନ୍ତରୀଣ ସୁରକ୍ଷା ଉପରେ ଗୁରୁତ୍ବ ଆଦି ନିଷ୍ପତ୍ତି ଅମିତ ଶାହ ନେଇଛନ୍ତି ।.. ଜନ୍ମଦିନରେ ଅମିତଶାହଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah | Amit Shah Turns 61: BJP’s Master Strategist Marks His Birthday | Argus News