Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଅମିତ୍ ଶାହଙ୍କ ବଡ଼ ପ୍ରତିଶ୍ରୁତି , କହିଲେ "କେଜରିୱାଲ ସବୁଠୁ ଦୁର୍ନୀତିଗ୍ରସ୍ତ"

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଦିଲ୍ଲୀକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଅମିତ୍ ଶାହଙ୍କ ବଡ଼ ପ୍ରତିଶ୍ରୁତି , କହିଲେ "କେଜରିୱାଲ ସବୁଠୁ ଦୁର୍ନୀତିଗ୍ରସ୍ତ"

ଦିଲ୍ଲୀ ରଣ ପାଇଁ ବିଜେପିର ବଡ଼ ପ୍ରସ୍ତୁତି
ତୃତୀୟ ସଂକଳ୍ପ ପତ୍ର ଘୋଷଣା କଲା ଭାରତୀୟ ଜନତା ପାର୍ଟି
ଦିଲ୍ଲୀକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଅମିତ୍ ଶାହଙ୍କ ବଡ଼ ପ୍ରତିଶ୍ରୁତି
ରାଜ୍ୟର 20 ଲକ୍ଷ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି'
ପ୍ରଥମ କ୍ୟାବିନେଟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା
ଶ୍ରମିକଙ୍କୁ ଆର୍ଥିକ ସହାୟତା ସହ 5 ଲକ୍ଷର ବୀମା
3 ବର୍ଷରେ ପ୍ରଦୂଷଣ ମୁକ୍ତ ହେବ ଯମୁନା
AAPକୁ ଶାହଙ୍କ ଟାର୍ଗେଟ୍, କେଜରିୱାଲ ସବୁଠୁ ଦୁର୍ନୀତିଗ୍ରସ୍ତ

 

ଅର୍ଗସ ବ୍ୟୁରୋ : ଦିଲ୍ଲୀ ସିଂହାସନ ପାଇଁ ମହାସଂଗ୍ରାମ । ଆପ୍ ବିରୋଧରେ ବିଜେପିର ବଜ୍ରନାଦ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ପାର୍ଟ-3 ଘୋଷଣା କରିବା ସହ ଆପ୍ ସରକାର ଦୁର୍ନୀତିର ପୋଲ୍ ଖୋଲିଛନ୍ତି ବିଜେପି ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀକୁ ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବା ସହ 20 ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ବଡ଼ ଘୋଷଣା କରିଛି ବିଜେପି । ଦିଲ୍ଲୀବାସୀଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ । ସବୁ ନାଗରିକଙ୍କୁ 5 ଲକ୍ଷ ଯାଏ ମିଳିବ ଚିକିତ୍ସା ସୁବିଧା । 17 ଶହ ଅବୈଧ କଲୋନୀକୁ ବୈଧ କରାଯିବା ସହ ଶରଣାର୍ଥୀଙ୍କୁ ମିଳିବ ମାଲିକାନା ହକ୍ ।

ବିଜେପି ସଂକଳ୍ପ ପତ୍ର ପାର୍ଟ-3ରେ ମହିଳା, ଯୁବକଙ୍କ ସମେତ ଶ୍ରମିକଙ୍କ ପାଇଁ ସ୍ଥାନ ପାଇଛି ବଡ଼ ଘୋଷଣା । ଶ୍ରମିକଙ୍କୁ 5 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସହ 10 ହଜାର ଯାଏ ମିଳିବ ଆର୍ଥିକ ସହାୟତା । ଯମୁନା ରିଭର ଫ୍ରଣ୍ଟର ବିକାଶ କରାଯିବ । 3 ବର୍ଷରେ ଯମୁନାକୁ ପ୍ରଦୂଷଣ ମୁକ୍ତ କରିବାକୁ ଘୋଷଣା କରିଛି ବିଜେପି । ଉଠା ଦୋକାନୀଙ୍କୁ ମଧ୍ୟ ଦିଆଯିବ ଆର୍ଥିକ ସହାୟତା । 13 ହଜାର ବସକୁ ଇ-ବସରେ ପରିଣତ କରାଯିବା ସହ ସିଲ୍ ହୋଇଥିବା 13 ହଜାର ଦୋକାନକୁ ପୁଣି ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି ।

ସଂକଳ୍ପ ପତ୍ର ପାର୍ଟ-3 ଜାରି କରିବା ଅବସରରେ ଆପ ସଂଯୋଜକ କେଜ୍ରିୱାଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶାହ । ବିଜେପିକୁ କ୍ଷମତାକୁ ଆସିଲେ ଦିଲ୍ଲୀରେ କୌଣସି ଜନକଲ୍ୟାଣକାରୀ ଯୋଜନା ବନ୍ଦ ହେବ ନାହିଁ। ଦିଲ୍ଲୀବାସୀଙ୍କୁ ଠକିବା ଆପ୍ ର ସଂସ୍କୃତି କହି ତୀବ୍ର ସମାଲୋଚନା କରିଛନ୍ତି ଶାହ । ଆସନ୍ତା ମାସ 5 ତାରିଖରେ ହେବ ଦିଲ୍ଲୀରେ ମତଦାନ। ପୂର୍ବରୁ ଜାରୁଆରୀ ୭ ଓ ୨୧ ତାରିଖରେ ବିଜେପି ଦୁଇ ଥର ସଂକଳ୍ପପତ୍ର ଜାରି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah vows to make Delhi corruption free | Argus News