ଅପରେସନ ସିନ୍ଦୂର ପରେ ଶାହଙ୍କ ଓଡିଶା ଗସ୍ତ ବାତିଲ୍

ଶାହଙ୍କ ଓଡିଶା ଗସ୍ତ ସ୍ଥଗିତ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ୧୦ ଓ ୧୧ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ହେଲେ ଅପରେସନ ସିନ୍ଦୂର ପରେ ଶାହଙ୍କ କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି ।
୧୦ ତାରିଖରେ ଅମିତ ଶାହା ଭୁବନେଶ୍ବରରେ ପହଞ୍ଚି ସେଠାରୁ ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା । ସେହିଭଳି ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୁରୀରେ ରାତ୍ରି ଯାପନ କରିବାର ଥିଲା । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା ।
📱 Get Argus News App
✨ଅନ୍ୟପଟେ ଅପରେସନ ସିନ୍ଦୂର ପରେ ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି କରାଯାଇଛି । ସୀମାନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୀମାନ୍ତ ରାଜ୍ୟଗୁଡ଼ିକ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।