Videos
|
National

ପହଲଗାମ୍ ଘଟଣାରେ ଆତଙ୍କୀଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ

Rashmita Mishra
Browse all articles by Rashmita Mishra
·1 year ago
ପହଲଗାମ୍ ଘଟଣାରେ ଆତଙ୍କୀଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ

ପହଲଗାମ୍ ଘଟଣାରେ ଆତଙ୍କୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ । କହିଲେ- ଖୋଜି ଖୋଜି ଜବାବ୍ ଦେବୁ, ଜବାବ ନେବୁ । କାପୁରୁଷଙ୍କ ଭଳି ଆସି ଆକ୍ରମଣ କରି ଯଦି ସେମାନେ ଭାବୁଥିବେ କି ଆମର ବଡ଼ ବିଜୟ ହୋଇଛି । ତାହେଲେ ସେମାନେ ଜାଣି ରଖିବା ଦରକାର କି ମୋଦି ସରକାରରେ କାହାକୁ ବି ଛଡାଯିବନି।


ଆତଙ୍କବାଦ ବିରୋଧରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ । ଦେଶରେ ଆତଙ୍କବାଦର ମୂଳୋତ୍ପାଟନ କରିବୁ। ଏହା ଆମର ସଂକଳ୍ପ । ଆଉ ଏହାକୁ ସିଦ୍ଧ କରିକି ରହିବୁ । ପୂର୍ବରୁ ବିହାର ମଧୁବନୀରେ ପ୍ରଧାନମନ୍ତ୍ରୀ ମୋଦି ଦେଇସାରିଛନ୍ତି ଚେତାବନୀ- ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଏବେ ଶାହଙ୍କ ଚେତାବନୀ ପରେ ବଡ଼ ଆକ୍ସନ୍ ହେବା ନେଇ ଅନୁମାନ କରାଯାଉଛି । ସେନାକୁ ବି ପୂର୍ଣ୍ଣ କ୍ଷମତା ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ଅପେକ୍ଷା ଆକ୍ସନକୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: