Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି

ନକ୍ସଲଙ୍କ ପରି ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି । ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଥିବା ନକ୍ସଲଙ୍କୁ ଚେତାବନୀ ଶୁଣାଇବା ପରେ ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଶାହ । ସୁରକ୍ଷା ବ୍ୟବସ୍ଥା ସହ ଜମ୍ମୁ କାଶ୍ମୀରର ବିକାଶ କାର୍ଯ୍ୟର ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଗତକାଲି ସଂଧ୍ୟାରେ ଜମ୍ମୁରେ ପହଞ୍ଚିବା ପରେ ବିମାନବନ୍ଦରରେ ଶାହଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ସ୍ବାଗତ କରିଥିଲେ । ଦଳୀୟ କର୍ମୀଙ୍କୁ ଭେଟିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶାହ । ଆଜି ଆନ୍ତର୍ଜାତିକ ସୀମା ସ୍ଥିତି ସମୀକ୍ଷା ସହ ସୀମା ସୁରକ୍ଷା ବଳ ସହିତ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।


ରାଜଭବନରେ ସହିଦ ପରିବାର ବର୍ଗଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଗତ ୨୧ ମାର୍ଚ୍ଚରେ ଜମ୍ମୁ କାଶ୍ମୀର ସ୍ଥିତି ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ ଶାହ । ୨୦୦୪ରୁ ୨୦୧୪ ମଧ୍ୟରେ ୭ ହଜାର ୨୧୭ଟି ଆତଙ୍କବାଦୀ ଘଟଣା ଘଟିଥିବାବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ସଂଖ୍ୟା ହ୍ରାସ ପାଇ ୨ ହଜାର ୨୪୨ରେ ପହଞ୍ଚିଥିଲା । ୨୦୨୪ ପରେ ଗୋଟଏ ବି ପଥରମାଡ଼ ଘଟଣା ଘଟିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah's strategy to completely destroy terrorists | Argus News