ଶୋଭାଯାତ୍ରାର ବାହାରି ସ୍ନାନ କରୁଛନ୍ତି ସାଧୁସନ୍ଥ ଓ ଶ୍ରଦ୍ଧାଳୁ

Key Points
ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଚାଲିଛି ଅମୃତ ସ୍ନାନ ।
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଚାଲିଛି ଅମୃତ ସ୍ନାନ । ଆଜି ବସନ୍ତ ପଞ୍ଚମୀ ଶାହି ସ୍ନାନ ପଡ଼ୁଥିବାରୁ ପାରମ୍ପରିକ ଭବ୍ୟ ଶୋଭାଯାତ୍ରାର ଆସି ବିଭିନ୍ନ ଆଖଡ଼ା, ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସ୍ନାନ କରୁଛନ୍ତି । ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ମୌନି ଅମାବାସ୍ୟା ଅମୃତ ସ୍ନାନ ବେଳେ ଦଳାଚକଟା ଘଟି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ।
ତେଣୁ ବସନ୍ତ ପଞ୍ଚମୀ ସାହି ସ୍ନାନ ଆୟୋଜନରେ ଯେପରି ସାମାନ୍ୟ ତ୍ରୁଟି ନ ରହେ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ପାର୍କିଂ ସ୍ଥାନ ବଢ଼ାଇବା ସହ ଶ୍ରଦ୍ଧାଳୁମାନଙ୍କ ଚାଲିବା ଯଥାସମ୍ଭବ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପବିତ୍ର ବୁଡ଼ ବେଳେ କୌଣସି ଭିଆଇପି ପ୍ରୋଟୋକଲ ରହିବ ନାହିଁ । ପ୍ରୟାଗରାଜ ଡିଭିଜନର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୂର୍ଣ୍ଣ ସଜାଗ ରଖାଯାଇଛି । ଏହାପରେ ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଏବଂ ୨୬ ତାରିଖ ମହାଶିବରାତ୍ରୀରେ ଆଉ ଦୁଇଟି ସ୍ବତନ୍ତ୍ର ସ୍ନାନ ଅନୁଷ୍ଠିତ ହେବ ।