Videos
|
National

Amul Milk Price Hike / ଗ୍ରାହକଙ୍କୁ ଡବଲ ଝଟକା…Mother Dairy ପରେ ମହଙ୍ଗା ହେଲା ଅମୁଲ କ୍ଷୀର

Ritu Das
Browse all articles by Ritu Das
·1 hour ago·2 min read
ଗ୍ରାହକଙ୍କୁ ଡବଲ ଝଟକା…Mother Dairy ପରେ ମହଙ୍ଗା ହେଲା ଅମୁଲ କ୍ଷୀର
India

Key Points

ମଦର ଡେରୀ ପରେ ଅମୁଲ୍ କ୍ଷୀର ଦର ବୃଦ୍ଧି, ଗୋଲ୍ଡ ଲିଟର ପିଛା ୪ ଟଙ୍କା ମହଙ୍ଗା
ଅମୁଲ୍ ଗୋଲ୍ଡ ୭୦ରୁ ୭୪ ଟଙ୍କା ଓ ତାଜା କ୍ଷୀର ଦର ୨ ଟଙ୍କା ବଢ଼ିଲା
ନଭେମ୍ବର ୧୨ରୁ ନୂଆ ଦର ଲାଗୁ, ଚା’, କଫି ସହ ପରିବାରର ବଜେଟ୍‌ ଉପରେ ପଡ଼ିବ ପ୍ରଭାବ
ଏବେ ଚା’ ଓ କଫି ପିଇବା ଆପଣଙ୍କୁ ମହଙ୍ଗା ପଡ଼ିବ। ଆପଣଙ୍କ ପକେଟକୁ ନିଶ୍ଚିତ ଭାବେ ମହଙ୍ଗା ମାଡ଼। ଆଜି ସକାଳେ ହିଁ ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ ଦେଶର ପ୍ରମୁଖ ଡେରୀ କମ୍ପାନୀ ଅମୁଲ୍‌ ମଧ୍ୟ କ୍ଷୀର ଦାମ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ, ଅମୁଲ୍‌ ଗୋଲ୍ଡର ଲିଟର ପିଛା ଦାମ୍‌ ୪ ଟଙ୍କା ଏବଂ ଅମୁଲ୍‌ ତାଜାର ଦାମ୍‌ ୨ ଟଙ୍କା ବୃଦ୍ଧି କରାଯାଇଛି।

ଏହାର ପ୍ରଭାବ ଦୈନିକ ଅମୁଲ୍‌ କ୍ଷୀର ବ୍ୟବହାର କରୁଥିବା ପରିବାରର ମାସିକ ବଜେଟ୍‌ ଉପରେ ପଡ଼ିବ । ଚା’, କଫି, ପିଲାଙ୍କ ପାଇଁ କ୍ଷୀର ଏବଂ ଅନ୍ୟାନ୍ୟ ଆବଶ୍ୟକତା ଲାଗି କ୍ଷୀର କିଣୁଥିବା ଲୋକଙ୍କୁ ଏଣିକି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଅମୁଲ୍‌ କ୍ଷୀରର ଦାମ୍‌ରେ ୪ରୁ ୫ ପ୍ରତିଶତ ବୃଦ୍ଧି କରିଛି। ଅମୁଲ୍‌ ଗୋଲ୍ଡର ଲିଟର ପିଛା ଦର ୭୦ ଟଙ୍କାରୁ ବଢ଼ି ୭୪ ଟଙ୍କା ହୋଇଛି । ସେହିପରି ଅମୁଲ୍‌ ତାଜାର ଲିଟର ପିଛା ଦାମ୍‌ ୨ ଟଙ୍କା ବୃଦ୍ଧି ପାଇଛି।

  • କ୍ଷୀର ଦର କେତେ ବୃଦ୍ଧି ପାଇଛି?

ଅମୁଲ୍ (Amul) କ୍ଷୀର ଦର ୪-୫% ବୃଦ୍ଧି କରିଛି। ଫଳସ୍ୱରୂପ, ଅମୁଲ୍ ତାଜା (Amul Taaza), ଗୋଲ୍ଡ (Gold) ଏବଂ ଫୁଲ୍ କ୍ରିମ୍ (Full Cream) କ୍ଷୀରର ମୂଲ୍ୟ ୨ ରୁ ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି। ଅମୁଲ୍ ଗୋଲ୍ଡର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି, ଯାହା ଫଳରେ ଏହାର ଦର ପୂର୍ବରୁ ଥିବା ୭୦ ଟଙ୍କାରୁ ବଢ଼ି ୭୪ ଟଙ୍କା ହୋଇଛି।

ସେହିପରି, ଅମୁଲ୍ ତାଜା କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଅମୁଲ୍ ଗୋଲ୍ଡ ପାଇଁ ୫.୫% ଏବଂ ଅମୁଲ୍ ତାଜା ପାଇଁ ୩.୩% ଅଟେ। ଏହି ନୂତନ ଦର ଆସନ୍ତାକାଲି ସକାଳ, ଅର୍ଥାତ୍ ୧୨ ନଭେମ୍ବର ୨୦୨୬ ଠାରୁ ଲାଗୁ ହେବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କ୍ଷୀର ଦର କାହିଁକି ବୃଦ୍ଧି କରାଯାଇଛି?

ଦେଶରେ ବଢ଼ୁଥିବା ମୁଦ୍ରାସ୍ଫୀତି (ମହଙ୍ଗା) ଯୋଗୁଁ କ୍ଷୀର ଦର ହଠାତ୍ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ସବୁଜ ଓ ଶୁଖିଲା ଗୋ-ଖାଦ୍ୟ, ପଶୁଙ୍କ ଦାନା ଏବଂ ପ୍ୟାକେଜିଂ ଖର୍ଚ୍ଚ ବଢ଼ିଯାଇଛି। ଏହା ବ୍ୟତୀତ, ପରିବହନ ଖର୍ଚ୍ଚ ବୃଦ୍ଧି ମଧ୍ୟ ଏକ ପ୍ରମୁଖ କାରଣ ପାଲଟିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ପାନୀଗୁଡ଼ିକ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି—ଯାହା ସାଧାରଣ ଲୋକଙ୍କ ଉପରେ ଏକ ବଡ଼ ଆର୍ଥିକ ବୋଝ ପକାଇବ।