Videos
|
National

Air India Plane Crash:ଅହମ୍ମଦାବାଦରେ ବଡ ବିମାନ ଦୁର୍ଘଟଣା,ବିମାନରେ ଥିଲେ 242 ଯାତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
Air India Plane Crash:ଅହମ୍ମଦାବାଦରେ ବଡ ବିମାନ ଦୁର୍ଘଟଣା,ବିମାନରେ ଥିଲେ 242 ଯାତ୍ରୀ

Key Points

ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା

ଟେକ୍‌ ଅଫ୍‌ କରିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ

ବିମାନରେ ନିଆଁ ଲାଗି ଯାଇଥିବା ସୂଚନା

ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା । ଟେକ୍‌ ଅଫ୍‌ କରିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନରେ ନିଆଁ ଲାଗି ଯାଇଥିବା ସୂଚନା ରହିଥିବାବେଳେ ଏବେ ସମ୍ପୂର୍ଣ୍ଣ ବିମାନ ବନ୍ଦର ପରିସର ଧୂଆଁମୟ ହୋଇଯାଇଛି । ବିମାନରେ ପ୍ରାୟ 242 ଯାତ୍ରୀ ଥିବା ନେଇ ଅହମ୍ମଦାବାଦ ରାଜ୍ୟ ପୋଲିସ କଣ୍ଟ୍ରୋଲ୍ ରୁମ୍ ନିଶ୍ଚିତ କରିଛି ।


ବିମାନ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।


ଦୁର୍ଘଟଣା ନେଇ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଅହମ୍ମଦାବାଦ-ଲଣ୍ଡନକୁ ଯାତ୍ରା କରୁଥିବା ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ଦିଗ ଉପରେ ଯାଞ୍ଚ କରାଯାଉଛି । ଶୀଘ୍ର ଅପଡେଟ୍ ସେୟାର କରିବୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:




an-air-india-plane-with-242-passengers-onboard-has-crashed-in-gujarats-ahmedabad | Argus News