Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରେମ ପାଇଁ ଆମେରିକାରୁ ଆନ୍ଧ୍ର ଆସିଲେ ପ୍ରେମିକା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରେମ ପାଇଁ ଆମେରିକାରୁ ଆନ୍ଧ୍ର ଆସିଲେ ପ୍ରେମିକା

ଏ ପ୍ରେମ କାହାଣୀ ହେଉଛି ସୁଦୂର ଆମେରିକାର ଝିଅ ଜ୍ୟାଙ୍କଲିନ ଏବଂ ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟର ଏକ ମଫସଲ ଅଞ୍ଚଳର ପୁଅ ଚନ୍ଦନଙ୍କର । ପ୍ରେମ ଏପରି ଥିଲା ଯେ, ଆମେରିକାରୁ ଭାରତକୁ ଚାଲି ଆସିଲେ ନିଜ ପ୍ରେମିକକୁ ଭେଟିବା ପାଇଁ ।

ପ୍ରେମ କେତେବେଳେ କାହାକୁ କେଉଁ ମୋଡକୁ ନିଏ ତାହା କେହି ଜାଣିନଥାନ୍ତି । ସେଥିପାଇଁ କୁହାଯାଏ ପ୍ରେମ ହେଉଛି ଅନ୍ଧ । ନା ଦେଖେ ଧର୍ମ, ଜାତି ନା ଦେଖେ ବୟସ । ଯଦି ପ୍ରେମ ଥରେ ସତରେ ହୁଏ, ତେବେ ବାରମ୍ବାର ହେଉଥାଏ ସେହି ମଣିଷ ସହ । ଦୂନିଆର ଯେତେ ବାଧା, ବିଘ୍ନ ସାମ୍ନାକୁ ଆସିଲେ ବି ପ୍ରେମ ମାନେନି କୌଣସି ବନ୍ଧବାଡ । ଠିକ ସେମିତି ପ୍ରେମୀଯୁଗଳଙ୍କ ମଧ୍ୟରେ ଦୂରତା ଯେତେ ଥିଲେ ବି ପ୍ରେମର ଶକ୍ତି ଉଭୟଙ୍କୁ ଏକାଠି କରିଦଏ ପୁଣି ।

ଦୀର୍ଘ ୧୪ ମାସ ଧରି ପ୍ରେମ ସମ୍ପର୍କରେ ରହିଥିଲେ ଆମେରିକାର ଫଟୋଗ୍ରାଫର ଜ୍ୟାଙ୍କଲିନ ଏବଂ ଆନ୍ଧ୍ରର ଚନ୍ଦନ ସିଂ ରାଜପୁତ । ସେମାନଙ୍କ ପ୍ରଥମ ପ୍ରେମ ଆରମ୍ଭ ହୁଏ ଇନଷ୍ଟାଗ୍ରାମରେ । ଜ୍ୟାଙ୍କଲିନ ଜଣେ ଖ୍ରୀଷ୍ଟିଆନ ଝିଅ । ତାଙ୍କର ପୂର୍ବରୁ ବିବାହ ପରେ ଡିଭୋର୍ସ ହୋଇ ସାରିଛି । ପରେ ସେ ନିଜର ପ୍ରକୃତ ପ୍ରେମକୁ ଖୋଜିବା ପାଇଁ ଖୁବ ସଂଘର୍ଷ କରୁଥିଲେ । ଆଉ ଏହି ସମୟରେ ତାଙ୍କ ଜୀବନକୁ ଆସନ୍ତି ଆନ୍ଧ୍ରର ଏକ ମଫସଲ ଅଞ୍ଚଳର ପୁଅ ଚନ୍ଦନ । ଦୁହିଁଙ୍କ ଭିତରେ ଧର୍ମ, ଜାତି, ବୟସ, ଆର୍ଥିକ ପରିସ୍ଥିତି ସବୁଥିରେ ଅନେକ ତଫାତ । ତଥାପି ମିଶିଯାଏ ଉଭୟଙ୍କ ମନ । ଉଭୟ ଉଭୟଙ୍କୁ ଖୁବ ଭଲପାଇ ବସନ୍ତି । ପ୍ରଥମେ ମେସେଜ ପରେ ପରସ୍ପରକୁ କେବଳ ଭିଡିଓ କଲରେ ହିଁ ଦେଖିଥାନ୍ତି । ଜ୍ୟାଙ୍କଲିନ ଚନ୍ଦନଙ୍କ ଠାରୁ ବୟସରେ ୯ ବର୍ଷ ବଡ । ତଥାପି ସେମାନଙ୍କ ସମ୍ପର୍କରେ ବୟସକୁ ସେମାନେ ତୁଳନା କରିନାହାନ୍ତି । ଦୀର୍ଘ ୧୪ ମାସ ଉଭୟ ଅନଲାଇନରେ ଡେଟ କରିବା ପରେ ପରସ୍ପରକୁ ଭେଟ କରିବାକୁ ନିଷ୍ପତି ନେଇଥିଲେ। ଆଉ ଏବେ ଭେଟ ହେବାପରେ ନିଜର ଅଭିଜ୍ଞତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଜ୍ୟାଙ୍କଲିନ ।

ଇନଷ୍ଟାଗ୍ରାମରେ ସେ ତାଙ୍କର ଏବଂ ଚନ୍ଦନଙ୍କର ଭିଡିଓ କଲର କିଛି ଛୋଟ ଛୋଟ ମୁହୁର୍ତ୍ତ ସହ ପ୍ରଥମ ଥର ଭେଟ ହେବାର ଭିଡିଓ ଶେୟାର କରିଛନ୍ତି । ସେଥିରେ ଅନେକ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପ୍ରକୃତ ପ୍ରେମକୁ ପାଇଥିବାରୁ ଉଭୟ ପ୍ରେମୀଯୁଗଳଙ୍କୁ ଏକାଠି ରହିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ୟୁଜର୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An American woman came to Andhra for her love | Argus News