Videos
|
National

ଆନ୍ଧ୍ରପ୍ରଦେଶର ଏକ ଇଂଜିନିୟରିଂ କଲେଜରେ ଗୁପ୍ତ କ୍ୟାମେରା ଲଗାଇ ଭିଡିଓ କରାଯାଉଥିବା ସଂଗୀନ ଅଭିଯୋଗ

Rashmita Mishra
Browse all articles by Rashmita Mishra
·2 years ago
ଆନ୍ଧ୍ରପ୍ରଦେଶର ଏକ ଇଂଜିନିୟରିଂ କଲେଜରେ ଗୁପ୍ତ କ୍ୟାମେରା ଲଗାଇ ଭିଡିଓ କରାଯାଉଥିବା ସଂଗୀନ ଅଭିଯୋଗ

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ । ଆନ୍ଧ୍ରପ୍ରଦେଶର ଏକ ଇଂଜିନିୟରିଂ କଲେଜରେ ଗୁପ୍ତ କ୍ୟାମେରା ଲଗାଇ ଭିଡିଓ କରାଯାଉଥିବା ସଂଗୀନ ଅଭିଯୋଗ ଆସିଛି । ଏନେଇ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯିଯାଇଛି ।  ତା ଠାରୁ ୩୦୦ ଫଟୋ ଓ ଭିଡିଓ ଜବତ ହୋଇଛି । ତାର ଲାପଟପକୁ ଜବତ କରାଯାଇଛି । ଛାତ୍ରଜଣଙ୍କ ଗୁପ୍ତ କ୍ୟାମେରା ଦ୍ବାରା ରେକର୍ଡିଂ କରି ଭିଡିଓ ଲିକ୍ କରିଥିଲେ । ପରେ ଏଗୁଡିକୁ କିଛି ଛାତ୍ରଛାତ୍ରୀଙ୍କୁ ବିକ୍ରି କରି ଦେଇଥିଲେ । ଏନେଇ ଅଭିଯୋଗ ଆସିବା ପରେ ଘଟଣାସ୍ଥଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶହ ଶହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ କଲେଜ ପରିସରରେ ପ୍ରତିବାଦ କରିଛନ୍ତି । ଗୁପ୍ତ କ୍ୟାମେରା ଲଗାଇବାରେ କାହାର ଭୂମିକା ରହିଛି ସେ ନେଇ ପୋଲିସ ଖୋଳତାଡ କରୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
An engineering college in Andhra Pradesh has been accused of videotaping a hidden camera | Argus News