Videos
|
National

ଖୋଲାଗଲା ସେଣ୍ଟର ଫର୍ ନରେନ୍ଦ୍ର ମୋଦି ଷ୍ଟଡିଜ୍ ନାମରେ ଏକ ଅନ୍ତର୍ଜାତୀୟ କେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago
ଖୋଲାଗଲା ସେଣ୍ଟର ଫର୍ ନରେନ୍ଦ୍ର ମୋଦି ଷ୍ଟଡିଜ୍ ନାମରେ ଏକ ଅନ୍ତର୍ଜାତୀୟ କେନ୍ଦ୍ର

ଅର୍ଗସ ବ୍ୟୁରୋ:  ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ବଭୂଷଣ ହରିଚନ୍ଦନ। ଦେଶର ବିକାଶ ଓ ତା ସହ ଜଡ଼ିତ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଗବେଷଣା କରିବା ପାଇଁ ସେଣ୍ଟର ଫର୍ ନରେନ୍ଦ୍ର ମୋଦି ଷ୍ଟଡିଜ୍ ନାମରେ ଏକ ଅନ୍ତର୍ଜାତୀୟ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲାଯାଇଛି। ଏହି କେନ୍ଦ୍ରର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଶ୍ବଭୂଷଣ ଏକାଧିକ ବାର ରାଜ୍ୟର ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଥିବାବେଳେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ତାଙ୍କ ସହ ବିଶ୍ବଭୂଷଣଙ୍କର ସ୍ବତନ୍ତ୍ର ସାକ୍ଷାତକାର ହୋଇଥିଲା। ସିଏନଏମଏସ ପରାମର୍ଶଦାତା ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିବାରୁ ବିଶ୍ବଭୂଷଣଙ୍କୁ ବହୁ ଦଳୀୟ ନେତା, ଅର୍ଥନୀତିଜ୍ଞ ଓ ସମାଜବିଜ୍ଞାନୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
An international center named Centre for Narendra Modi Studies has been opened. | Argus News