Ban on Analog Paneer / ପନିର ନାଁରେ ନକଲି ଉତ୍ପାଦ ବିକ୍ରି ଉପରେ କଟକଣା, ‘ଆନାଲଗ୍ ପନିର’ ବ୍ୟାନ୍
·1 hour ago·2 min read

Key Points
ଆଉ ମିଳିବ ନାର୍ହି ପନିର
‘ଆନାଲଗ୍ ପନିର’ ବ୍ୟାନ୍ କଲେ ସରକାର
କର୍ଣ୍ଣାଟକରେ ଆଉ ଆନାଲଗ୍ ପନିର ବିକ୍ରି ହେବ ନାହିଁ

ବେଙ୍ଗାଲୁରୁ,୨୩/୦୮: ବଜାରରୁ ପନିର କିଣି ଖାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ପନିର ନାଁରେ ବିକ୍ରି ହେଉଥିବା ଅଣ-ଦୁଗ୍ଧ ଉତ୍ପାଦକୁ ନେଇ କର୍ଣ୍ଣାଟକ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ‘ଆନାଲଗ୍ ପନିର’ ବା ଅଣ-ଦୁଗ୍ଧ ପନିରର ଉତ୍ପାଦନ ଓ ବିକ୍ରି ଉପରେ ଏକ ବର୍ଷ ପାଇଁ ନିଷେଧ ଲଗାଯାଇଛି। କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗ ପକ୍ଷରୁ ଅଗଷ୍ଟ ୧୭, ୨୦୨୬ରେ ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ସୂଚନା ମିଳିଛି।
କ’ଣ ଏହି ଆନାଲଗ୍ ପନିର?
ପ୍ରକୃତ ପନିରରେ କ୍ଷୀର ଚର୍ବି ଓ କ୍ଷୀରରୁ ମିଳୁଥିବା ଘନ ପଦାର୍ଥ ପ୍ରମୁଖ ଉପାଦାନ ହୋଇଥାଏ। କିନ୍ତୁ ଯେଉଁ ଉତ୍ପାଦରେ କ୍ଷୀର ଚର୍ବି କିମ୍ବା କ୍ଷୀର ଘନ ପଦାର୍ଥକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଉଦ୍ଭିଦ ତେଲ, ଉଦ୍ଭିଦ ଚର୍ବି କିମ୍ବା ଅନ୍ୟ ଅଣ-ଦୁଗ୍ଧ ଉପାଦାନରେ ବଦଳାଯାଏ, ତାହାକୁ ଆନାଲଗ୍ ବା ଅଣ-ଦୁଗ୍ଧ ପନିର କୁହାଯାଏ। ଏଭଳି ଉତ୍ପାଦକୁ ପ୍ରକୃତ ପନିର ଭାବେ ବିକ୍ରି କରିବାକୁ ନିୟମ ଅନୁମତି ଦିଏ ନାହିଁ।
କ’ଣ କ’ଣ ଉପରେ ଲାଗିଛି କଟକଣା?
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଆନାଲଗ୍ ବା ଅଣ-ଦୁଗ୍ଧ ପନିରର ଉତ୍ପାଦନ ଉପରେ ନିଷେଧ ରହିବ। ପ୍ରକ୍ରିୟାକରଣ ଓ ପ୍ୟାକେଜିଂ କରାଯାଇପାରିବ ନାହିଁ। ଏହାର ସଂରକ୍ଷଣ ଓ ଯୋଗାଣ ଉପରେ ମଧ୍ୟ କଟକଣା ରହିବ। ପାଇକାରୀ ଓ ଖୁଚୁରା ବିକ୍ରି କରାଯାଇପାରିବ ନାହିଁ। ‘ପନିର’ ନାଁରେ ଏହାକୁ ପ୍ରଦର୍ଶିତ କିମ୍ବା ଗ୍ରାହକଙ୍କୁ ପରିବେଷଣ କରାଯାଇପାରିବ ନାହିଁ।
ପନିର ପାଇଁ କ’ଣ ନିୟମ?
ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ, ପନିର ହେଉଛି କ୍ଷୀରରୁ ପ୍ରସ୍ତୁତ ଏକ ମାନକୀକୃତ ଦୁଗ୍ଧଜାତ ଉତ୍ପାଦ। ତେଣୁ ଉଦ୍ଭିଦ ତେଲ କିମ୍ବା ଅନ୍ୟ ଅଣ-ଦୁଗ୍ଧ ଉପାଦାନରେ ପ୍ରସ୍ତୁତ ଉତ୍ପାଦକୁ ‘ପନିର’ ନାଁରେ ବିକ୍ରି କରିବା ନିୟମସମ୍ମତ ନୁହେଁ। ଖାଦ୍ୟ ବ୍ୟବସାୟୀମାନଙ୍କୁ ନିୟମ ପାଳନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଏହି ଖବର: ଆସନ୍ତା ୧ ତାରିଖରୁ ଶସ୍ତା ହୋଇପାରେ ଫ୍ଲାଇଟ୍ ଟିକେଟ
କେଉଁ ଉତ୍ପାଦ ନିଷେଧରୁ ବାହାରେ?
ଏହି ନିଷେଧ ସମସ୍ତ ଦୁଗ୍ଧଜାତ କିମ୍ବା ଖାଦ୍ୟ ଉତ୍ପାଦ ପାଇଁ ଲାଗୁ ହେବ ନାହିଁ। FSSAI ପକ୍ଷରୁ ପୃଥକ ଗୁଣବତ୍ତା ମାନଦଣ୍ଡ ଥିବା କିଛି ଉତ୍ପାଦ ଏହି ନିର୍ଦ୍ଦେଶର ପରିସର ବାହାରେ ରହିବ। ଏଥିରେ ଫ୍ରୋଜେନ୍ ମିଠା, ପ୍ରକ୍ରିୟାକୃତ ପନିର, ମିଶ୍ରିତ ଫ୍ୟାଟ୍ ସ୍ପ୍ରେଡ୍ ସମେତ ଅନ୍ୟାନ୍ୟ ମାନକୀକୃତ ଖାଦ୍ୟ ଉତ୍ପାଦ ସାମିଲ ଅଛି।
ସରକାରଙ୍କ ଏହି ପଦକ୍ଷେପ ପନିର ନାଁରେ ଅଣ-ଦୁଗ୍ଧ ଉତ୍ପାଦ ବିକ୍ରି ଉପରେ ନଜରଦାରୀ ବଢ଼ାଇବା ସହ ଗ୍ରାହକଙ୍କୁ ଅଧିକ ସୁରକ୍ଷିତ ଖାଦ୍ୟ ଯୋଗାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories