Videos
|
National

ଲାଲବାଗଚା ରାଜା’ଙ୍କୁ ୨୦ କିଲୋ ସୁନାର ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ

Ritu Das
Browse all articles by Ritu Das
·2 years ago·1 min read
ଲାଲବାଗଚା ରାଜା’ଙ୍କୁ ୨୦ କିଲୋ ସୁନାର ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ

ଅର୍ଗସ ବ୍ୟୁରୋ: ଗଣେଶ ପୂଜା ପାଇଁ ସବୁଠି ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗଣେଶଙ୍କୁ ସ୍ବାଗତ କରିବାରେ ଲାଗିପଡ଼ିଛନ୍ତି। ସବୁଠି ଗଣେଶ ପୂଜା କରାଯାଉଥିବାବେଳେ ମୁମ୍ବାଇର ଗଣେଶ ପୂଜା ସାରା ଦେଶରେ ପ୍ରସିଦ୍ଧ। ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ଙ୍କ ପ୍ରତିମୂର୍ତ୍ତିରୁ ପରଦା ହଟାଇ ଦିଆଯାଇଛି। ଏଥର ବପ୍ପା ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ଏବଂ ତାଙ୍କ ମସ୍ତକରେ ଏକ ସୁନା ମୁକୁଟ ଲାଗିଥିବାର ଦେଖଯାଇଛି। 

ସୂଚନାନୁସାରେ ଏଥର ରିଲାଏନ୍ସ ଫାଉଣ୍ଡେସନ ଲାଲବାଗଚା ରାଜା ୨୦ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ପ୍ରଦାନ କରିଛି। ଏହି ମୁକୁଟର ମୂଲ୍ୟ ୧୬ କୋଟି ଟଙ୍କା ରହିଛି। ଏହି ମୁକୁଟରେ ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥରଗୁଡ଼ିକ ମଧ୍ୟ ସଜ୍ଜିତ ରହିଛି। ପ୍ରତିବର୍ଷ ଅମ୍ବାନୀ ପରିବାର ଲାଲବାଗଚା ରାଜାଙ୍କୁ କୋଟି କୋଟି ଟଙ୍କା ଦାନ କରନ୍ତି। ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମୁକୁଟ ଦାନ କରିଛନ୍ତି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ମଧ୍ୟ ଲାଲବାଗଚା ରାଜା ସହିତ ବହୁତ ପୁରୁଣା ସମ୍ପର୍କ ରହିଛି। ଅନନ୍ତ ଅମ୍ବାନୀ ପ୍ରତିବର୍ଷ ଲାଲବାଗଚା ରାଜାଙ୍କୁ ଦେଖା କରିବାକୁ ଯାଇ ତାଙ୍କୁ ନୈବେଦ୍ୟ ଅର୍ପଣ କରନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: