Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଧିକାଙ୍କ ହାତ ଧରିଲେ ଅନନ୍ତ

National

ରାଧିକାଙ୍କ ହାତ ଧରିଲେ ଅନନ୍ତ

Ritu Das
Browse all articles by Ritu Das
·1 year ago·1 min read
ରାଧିକାଙ୍କ ହାତ ଧରିଲେ ଅନନ୍ତ

ଅର୍ଗସ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ଦେଶବିଦେଶର ବହୁ ସେଲିବ୍ରିଟି, ରାଜନେତାଙ୍କ ସହ କର୍ପୋରେଟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। 

ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ କ୍ଷେତ୍ରର ଅନେକ ବଡ଼ ଚେହେରା ଏହି କାର୍ୟ୍ୟକ୍ରମରେ ନଜର ଆସିଥିଲେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବଲିଉଡ଼ ତାରକା ଅମିତାଭ ବଚ୍ଚନ, ସଲମାନ ଖାନ, ଶାହରୁଖ ଖାନ, ହ୍ରିତିକ ରୋଶନଙ୍କ ସମେତ ବଲିଉଡ଼ ଓ କ୍ରିକେଟ ଜଗତର ବିଭିନ୍ନ ବଡ଼ ଚେହେରା ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହର ବିଭିନ୍ନ କାର୍ୟ୍ୟକ୍ରମ ଦୀର୍ଘ ୭ ମାସ ଧରି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଥିଲା। ଅମ୍ବାନୀ ପରିବାରର ଏହି ବିବାହ କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଆକଳନ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Anant holds | Argus News