ମାର୍ଚ୍ଚରେ ବିବାହ କରିବେ ଅନନ୍ତ-ରାଧିକା
·2 years ago

ଅର୍ଗସ ବ୍ୟୁରୋ: ରିଲାଏନ୍ସ ପ୍ରତିଷ୍ଠାତା ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗତବର୍ଷ ଅନନ୍ତ ଅମ୍ବାନି ରାଧିକା ମର୍ଚାଣ୍ଟଙ୍କର ଧୁମଧାମରେ ଏନଗେଜମେଣ୍ଟ ସେରିମନୀ ହୋଇଥିଲା। ମାର୍ଚ୍ଚ ମାସରେ ଏହି ସୁନ୍ଦର ଯୋଡ଼ିଙ୍କର ଗ୍ରାଣ୍ଡ ଓ୍ବେଡିଂ ହେବ ସୂଚନା ମିଳିଛି।
ବର୍ତ୍ତମାନ ଗୁଜରାଟର ଜାମନଗରରେ ଅନନ୍ତ ଏବଂ ରାଧିକା ଦୁହେଁ ଦୁହିଁଙ୍କ ସହ ସମୟ ବିତାଉଛନ୍ତି। ଦୁହେଁ ସାଥିରେ ଖୁବ ଖୁସି ଅଛନ୍ତି। ଦୁହିଁଙ୍କର ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି। ଗତ ଶୁକ୍ରବାର ପାରମ୍ପରିକ ଗୁଜରାତି ଢଙ୍ଗରେ ଲଗନ ଲଖବାନୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯକ୍ରମରେ ରାଧିକା ମର୍ଚ୍ଚାଣ୍ଟ ନୀଳ ରଙ୍ଗର ଲେହଙ୍ଗା ପିନ୍ଧିଥିଲେ। ଯେଉଁ ଲେହଙ୍ଗା ପିନ୍ଧି ଖୁବ ସୁନ୍ଦର ଦିଶୁଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

