ବିବାହ ପରେ ପ୍ରଥମଥର ଏହି ସ୍ଥାନକୁ ଗଲେ ଅନନ୍ତ ରାଧିକା

ଅର୍ଗସ ବ୍ୟୁରୋ: ଗତ ୧୨ ତାରିଖରେ ଅନନ୍ତ ଏବଂ ରାଧିକାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି। ମୁମ୍ବାଇର ଜିଓ ୱାଲ୍ଡ କନଭେନସନ ସେଣ୍ଟରରେ ହାତକୁ ଦୁଇ ହାତ ହୋଇଛନ୍ତି ଅନନ୍ତ ଏବଂ ରାଧିକା। ଆଉ ବିବାହ ପରେ ପ୍ରଥମ ଥର ପାଇଁ ଏହି ନବବିବାହିତ ଦମ୍ପତ୍ତି ଜାମନଗର ଯାଇଛନ୍ତି। ସେଠାରେ ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି ଜାମନଗର ବାସୀ।
ଜାମନଗରରେ ପହଁଚିଂବା ମାତ୍ରେ ଅନନ୍ତ ରାଧିକାଙ୍କ ସ୍ବାଗତ ପାଇଁ ଏଆରପୋର୍ଟ ବାହାରେ ରାସ୍ତା ଉପରେ ଗୋଲାପ ଫୁଲ ବିଛାଯାଇ ତାଙ୍କର ସ୍ବାଗତ କରାଯାଇଥିଲା। ତାସହିତ କିଛି ମହିଳା ପାରମ୍ପରିକ ଭାବରେ ଶାଢି ପିନ୍ଧି ଉଭୟଙ୍କର ଆରତି କରିବା ସହିତ ତାଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ। ଅନନ୍ତ ଏବଂ ରାଧିକା ଖୁବ୍ ଆଦରର ସହିତ ଲୋକଙ୍କର ଅଭିବାଦନ ସ୍ବୀକାର କରିଥିବାର ଦେଖିବାକୁ ମିଳିଛି । ଉଭୟଙ୍କ ପୋଷାକ ବହୁତ ସିମ୍ପଲ ଥିଲା। ରାଧିକା ଏକ ପିଙ୍କ କଲରର ସାଲୱାର ସୁଟ ପିନ୍ଧିବା ସହିତ ଅନନ୍ତ ଲାଲ ରଙ୍ଗର କୁର୍ତ୍ତା ଉପରେ ଏକ ଜ୍ୟାକେଟ୍ ପିନ୍ଧିଥିଲେ।
ତେବେ ଆପଣଙ୍କୁ ଜଣାଇଦେବୁ କାହିଁକି ଅମ୍ବାନି ପରିବାର ପାଇଁ ଜାମନଗର ଏତେ ମହତ୍ତ୍ବ ରଖେ କାରଣ ମୁକେଶ ଅମ୍ବାନୀଙ୍କ ମା ତଥା ଅନନ୍ତଙ୍କ ଜେଜେ ମା କୋକିଲାବେନ ଅମ୍ବାନୀଙ୍କ ଜନ୍ମସ୍ଥାନ ହେଉଛି ଜାମନଗର। ଗତ ମାର୍ଚ୍ଚ ମାସରେ ଅନନ୍ତ ରାଧିକାଙ୍କର ପ୍ରୀୱେଡିଙ୍ଗ ଫଙ୍କସନ ମଧ୍ୟ ଜାମନଗରରେ ହୋଇଥିଲା।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର