Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସମାରୋହ ଏବେ ଚର୍ଚ୍ଚାରେ

Ritu Das
Browse all articles by Ritu Das
·2 years ago·1 min read
ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସମାରୋହ ଏବେ ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍ ବିବାହ ଉତ୍ସବ ଅନୁଷ୍ଠି ହେଉଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ । ଏହା ପୂର୍ବରୁ ଚାଲିଛି ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ । ଆଜି ଏହି ଉତ୍ସବର ତୃତୀୟ ଦିନ । ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି ।

ଅମ୍ବାନୀ ପରିବାର ପକ୍ଷରୁ ହଜାରେରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ଲାଉଞ୍ଜର ବ୍ୟବସ୍ଥା କରାଯାଇଥିବା ବେଳେ ରାଜକୀୟ ପାନୀୟ ପ୍ରଦାନ କରାଯାଇଉଛି। ରଙ୍ଗବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଥିବା ବେଳେ ବହୁ ସଂଖ୍ୟରେ ଭିଆଇପି କାର ବିମାନବନ୍ଦର ନିକଟରେ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anant-Radhika's pre-wedding | Argus News