Anant Singh Daughter Wedding / ୪ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ…ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘରରେ ଘୋଡ଼ା ଦୌଡ଼ରେ ଥାର୍ ପୁରସ୍କାର
·18 mins ago·2 min read

Key Points
‘ବାହୁବଳୀ’ ବିଧାୟକ ଅନନ୍ତ ସିଂହଙ୍କ ସାନ ଝିଅ ବିବାହକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି
ବିହାରର ‘ବାହୁବଳୀ’ ବିଧାୟକ ଅନନ୍ତ ସିଂହଙ୍କ ସାନ ଝିଅ ଶିବାଙ୍ଗୀ ସିଂହଙ୍କ ଆସନ୍ତା ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ବିବାହକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି । ପାଟନାର ପୈତୃକ ଗାଁ ଲାଡୱାନରେ ହେବାକୁ ଥିବା ଏହି ବିବାହ ପାଇଁ ପ୍ରାୟ ୪ ଲକ୍ଷ ଲୋକଙ୍କୁ ଖୋଲା ନିମନ୍ତ୍ରଣ ଦିଆଯାଇଛି। ଭିଆଇପି ଅତିଥିମାନେ ଆସିବାକୁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ହେଲିକପ୍ଟର ଅବତରଣ କରିବାକୁ ମଣ୍ଡପର ପାଖାପାଖି ସ୍ଥାନରେ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି। ଜ୍ବାଇଁଙ୍କୁ ଉପହାରରେ ୩ କୋଟି ଟଙ୍କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡର କାର ଦେଇଛନ୍ତି।
ଏହି ରାଜକୀୟ ବିବାହ ପାଇଁ କୌଣସି ଟିକେଟ କିମ୍ବା କାର୍ଡର ଆବଶ୍ୟକତା ନାହିଁ ବୋଲି ଅନନ୍ତ ସିଂହ ସ୍ପଷ୍ଟ କରିଛନ୍ତି । ବିବାହରେ ଯୋଗ ଦେବାକୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ଝିଅ ଶିବାଙ୍ଗୀ ଆମେରିକାରେ କାମ କରୁଥିବା ଋଷିକେଶ କୁମାରଙ୍କୁ ବିବାହ କରୁଛନ୍ତି । ପାଖାପାଖି ୧୦ ବିଘା ଜାଗାରେ ବିଶାଳ ପେଣ୍ଡାଲ ଓ ଜୟପୁର ପାଟ୍ରିକା ଗେଟ୍ ଶୈଳୀରେ ଗୋଲାପି ରଙ୍ଗର ମଣ୍ଡପ ତିଆରି ହେଉଛି । ନ୍ୟୁଜିଲ୍ୟାଣ୍ଡରୁ ଟ୍ୟୁଲିପ୍ ଫୁଲ ଏବଂ ଦୁବାଇ, ବାରାଣସୀ, କୋଲକାତା ଓ ବେଙ୍ଗାଲୁରୁରୁ ଫୁଲ ଅଣାଯାଉଛି । ଭୋଜିରେ ୧୫୦ରୁ ଅଧିକ ପ୍ରକାର ବ୍ୟଞ୍ଜନ ସହ ୨୫ ଲକ୍ଷରୁ ଅଧିକ ମିଠା, ଯେମିତିକ ମାଲପୁଆ, ଖଜା, ବାଲୁଶାହୀ ଓ ରସଗୋଲା ପ୍ରସ୍ତୁତ ହେଉଛି । ପ୍ରାୟ ୪ ଲକ୍ଷ ଅତିଥିଙ୍କୁ ଅତର ଲଗାଇ ସ୍ୱାଗତ କରିବାକୁ ହୋଇଛି ବ୍ୟବସ୍ଥା ।
ସେହିପରି ଏହି ବିବାହ ଉତ୍ସବ ଅବସରରେ ଏକ ସ୍ୱତନ୍ତ୍ର ଘୋଡ଼ା ଦୌଡ଼ ପ୍ରତିଯୋଗିତା ଆୟୋଜନ ହେଉଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଓ ଉତ୍ସାହ ଦେଖିବାକୁ ମିଳୁଛି । ବିବାହ ସ୍ଥଳ ନିକଟରେ ଏଥିପାଇଁ ସ୍ୱତନ୍ତ୍ର ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ଏହି ପ୍ରତିଯୋଗିତାରେ ବିଜୟୀ ଘୋଡ଼ାର ମାଲିକଙ୍କୁ ଆକର୍ଷଣୀୟ ପୁରସ୍କାର ସ୍ୱରୂପ ଏକ ‘ମହିନ୍ଦ୍ରା ଥାର୍’ ଗାଡ଼ି ମିଳିବ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ଘୋଡ଼ାର ମାଲିକଙ୍କୁ ମୋଟରସାଇକେଲ ଓ ତୃତୀୟ ସ୍ଥାନରେ ରହିଲେ ସ୍କୁଟର ପୁରସ୍କାର ପ୍ରଦାନ କରାଯିବ । ଏହି ଘୋଡ଼ା ଦୌଡ଼ରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅନେକ ନାମୀଦାମୀ ଘୋଡ଼ା ଅଂଶଗ୍ରହଣ କରୁଛନ୍ତି।
ଏଥିରେ ସମସ୍ତିପୁରରୁ ଆସିଥିବା ଘୋଡ଼ା ‘ଜୟ ବିଜୟ’ ମଧ୍ୟ ରହିଛି, ଯାହାର ମାଲିକଙ୍କ ବାପା ୨୦୧୫ ମସିହାରେ ଆୟୋଜିତ ପ୍ରତିଯୋଗିତାରେ ଏକ ଅଲ୍ଟୋ କାର ଜିତିଥିଲେ । ଏବେ ପୁଅ ‘ମହିନ୍ଦ୍ରା ଥାର୍’ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । ବିବାହର ଭବ୍ୟ ଆୟୋଜନ ସାଙ୍ଗକୁ ଏହି ଘୋଡ଼ା ଦୌଡ଼ ଉତ୍ସବକୁ ଆହୁରି ରୋମାଞ୍ଚକର କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories