Videos
|
National

Grand Indian Wedding / ଅନନ୍ତ ସିଂହଙ୍କ ଝିଅ ବିବାହରେ ହଙ୍ଗାମା: ଉଡ଼ିଲା ପ୍ଲେଟ୍, ଚଢ଼ିଲେ ଟାୱାରକୁ ଓ ମଣ୍ଡପରେ ସାପ ବୁଲିବାର ଭିଡିଓ ଭାଇରାଲ

Rashmita Mishra
Browse all articles by Rashmita Mishra
·13 mins ago·3 min read
ଅନନ୍ତ ସିଂହଙ୍କ ଝିଅ ବିବାହରେ ହଙ୍ଗାମା: ଉଡ଼ିଲା ପ୍ଲେଟ୍, ଚଢ଼ିଲେ ଟାୱାରକୁ ଓ ମଣ୍ଡପରେ ସାପ ବୁଲିବାର ଭିଡିଓ ଭାଇରାଲ
Grand Indian Wedding

Key Points

ଅନନ୍ତ ସିଂହଙ୍କ ଝିଅଙ୍କ ବିବାହରେ ହଙ୍ଗାମା:
ଉଡ଼ିଲା ପ୍ଲେଟ୍, ଚଢ଼ିଲେ ଟାୱାରକୁ ଓ ମଣ୍ଡପରେ ସାପ ବୁଲିବାର ଭିଡିଓ ଭାଇରାଲ
ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅଙ୍କ ବିବାହରେ ହଙ୍ଗାମା !
 

ବିହାର: ବିହାରର ମୋକାମା ଆସନର ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ଶିବାଙ୍ଗୀ ଓ ଋଷିକେଶ କୁମାର ସାତ ଫେରା ନେଇ ବୈବାହିକ ଜୀବନରେ ପାଦ ଦେଇଛନ୍ତି । ତେବେ ଏହି ବିବାହ ଉତ୍ସବର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖାଇବା ପାଇଁ ଲୋକଙ୍କ ଭିଡ଼, ପ୍ଲେଟ୍ ଆକାଶକୁ ଫିଙ୍ଗିବା, ହାଇଭୋଲଟେଜ୍ ବିଦ୍ୟୁତ୍ ଟାୱାର ଉପରେ ଲୋକଙ୍କ ଚଢ଼ିବା ଏବଂ ବିବାହ ମଣ୍ଡପରେ ସାପ ବାହାରିବା ଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଖାଇବା ପ୍ଲେଟ୍ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା
ବିବାହ ଭୋଜିରେ ଖାଇବା ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଆୟୋଜକମାନଙ୍କୁ ବେଶ୍ କସରତ କରିବାକୁ ପଡ଼ିଥିଲା । ଖାଇବା ପ୍ଲେଟ୍ ନେବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା । ଏହି ସମୟରେ ପ୍ଲେଟ୍ ବଣ୍ଟୁଥିବା କିଛି କର୍ମଚାରୀ ଏକାଥରକେ ଅନେକ ପ୍ଲେଟ୍ ଆକାଶକୁ ଫିଙ୍ଗି ଦେଇଥିଲେ । ଯାହାଦ୍ୱାରା ପ୍ଲେଟ୍ ଦୂରରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ । ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକମାନେ ଚିତ୍କାର କରିଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି ।

୩୩ ହଜାର ଭୋଲ୍ଟ ବିଦ୍ୟୁତ୍ ଟାୱାର ଉପରେ ଚଢ଼ିଗଲେ ଲୋକେ
ଏହି ବିବାହ ଉତ୍ସବରେ ଅତିଥିମାନଙ୍କ ପାଇଁ ୧୫୦ରୁ ଅଧିକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ଘୋଡ଼ାଦୌଡ଼ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ଭିଡ଼ ଏତେ ବଢ଼ିଯାଇଥିଲା ଯେ କିଛି ଲୋକ ୩୩ ହଜାର ଭୋଲ୍ଟ ବିଶିଷ୍ଟ ହାଇଟେନସନ୍ ବିଦ୍ୟୁତ୍ ଲାଇନ୍ ଟାୱାର ଉପରେ ଚଢ଼ିଯାଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଅନନ୍ତ ସିଂହଙ୍କୁ ଘୋଡ଼ାଦୌଡ଼ ପ୍ରତିଯୋଗିତା ମଝିରୁ ବନ୍ଦ କରିବାକୁ ପଡ଼ିଥିଲା । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଘୋଡ଼ାଦୌଡ଼ ପ୍ରତିଯୋଗିତା ଦେଖିବାକୁ ପ୍ରବଳ ଭିଡ଼
ଅନନ୍ତ ସିଂହଙ୍କ ଝିଅଙ୍କ ବିବାହରେ ଆୟୋଜିତ ଘୋଡ଼ାଦୌଡ଼ ପ୍ରତିଯୋଗିତା ବେଶ୍ ରୋମାଞ୍ଚକର ଥିଲା । ଏହି ପ୍ରତିଯୋଗିତାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଅନ୍ୟପଟେ ଅତିଥି ଓ ସମର୍ଥକଙ୍କ ପ୍ରବଳ ଭିଡ଼ ଯୋଗୁଁ ବାଢ଼ ଅଞ୍ଚଳରେ ପ୍ରାୟ ୧୦ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲା । ବରଯାତ୍ରୀଙ୍କ ସମେତ ସାଧାରଣ ଲୋକମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍‌ରେ ଫସି ରହିଥିଲେ ।

ବିବାହ ମଣ୍ଡପରେ ବାହାରିଲା ସାପ, ଯୁବକଙ୍କ କାର୍ଯ୍ୟକୁ ନେଇ ଚର୍ଚ୍ଚା

ଏହି ବିବାହ ଉତ୍ସବ ସହ ଜଡ଼ିତ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ବିବାହ ମଣ୍ଡପ ଭିତରେ ଏକ ସାପ ଯାଉଥିବା ଦେଖାଯାଉଛି । ସାପକୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । କିଛି ଲୋକ ସାପଠାରୁ ଦୂରେଇ ରହିଥିବା ବେଳେ ଅନ୍ୟ କିଛି ଲୋକ ମୋବାଇଲ୍‌ରେ ଭିଡିଓ ରେକର୍ଡ କରୁଥିଲେ 

ଏହି ସମୟରେ ଜଣେ ଯୁବକ ସାପ ପାଖକୁ ଯାଇ ତାହାର ଲାଞ୍ଜ ଧରି ପକାଇଥିଲେ । ଭିଡିଓରେ ଯୁବକ ଜଣକ ସାପକୁ ଦ୍ରୁତ ଗତିରେ ଘୂରାଉଥିବା ଏବଂ ପରେ ମଣ୍ଡପ ବାହାରକୁ ଫିଙ୍ଗି ଦେଉଥିବା ଦେଖାଯାଉଛି । ଏହି ଘଟଣାକୁ ଆଖପାଖରେ ଥିବା ଲୋକମାନେ ନିଜ ମୋବାଇଲ୍‌ରେ କଏଦ କରିଥିଲେ । ସୀତାମଢ଼ି ଜିଲ୍ଲାର ଏକ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏହି ଭିଡିଓ ଭାଇରାଲ ହେଉଥିବା କୁହାଯାଉଛି ।

ଅନନ୍ତ ସିଂହଙ୍କ ଝିଅଙ୍କ ବିବାହର ଏହି ସବୁ ଭିଡିଓ ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରୁଛି । ତେବେ ସାପକୁ ଧରିବା ଓ ତାକୁ ଫିଙ୍ଗିବା ଭଳି କାର୍ଯ୍ୟ ବିପଜ୍ଜନକ ହୋଇପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: