ବାପାଙ୍କ ପ୍ଲାଏ ଉଡ୍ ଦୋକାନରେ କାମ କରୁଥିଲା ସୋନମଙ୍କ ପ୍ରେମିକ, ଯିଏ ରଚିଥିଲା ପୁରା ଷଡ଼ଯନ୍ତ୍ର !

Key Points
ପତ୍ନୀ ସାଜିଲା ବଇରୀ ।
ପ୍ରେମ, ଷଡ଼ଯନ୍ତ୍ର ଓ ହତ୍ୟାର ଏକ କାହାଣୀ ।
ସୋନମଠାରୁ ୫ ବର୍ଷ ସାନ ତାର ପ୍ରେମିକ ।
ଏକ ଛୋଟି ସି ଲଭ ଷ୍ଟୋରୀ... ଆଜ୍ଞା ହଁ... ଇଏ ପ୍ରେମ, ଷଡ଼ଯନ୍ତ୍ର ଓ ହତ୍ୟାର ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ରାଜା ରଘୁବଂଶୀ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହେଉଛି ତାଙ୍କ ପତ୍ନୀ ସୋନମ ରଘୁବଂଶୀର ପ୍ରେମିକ । ଯିଏ କି ସୋନମଠାରୁ ୫ ବର୍ଷ ସାନ । ସୋନମ ବାପାଙ୍କ ପ୍ଲାଏଉଡ ଦୋକାନରେ ଚାକର ଭାବେ କାମ କରୁଥିବା ରାଜ କୁଶୱାଙ୍କ ସହ ସୋନମର ପ୍ରେମ ହୋଇଥିଲା । କିନ୍ତୁ ଘର ଲୋକ ସୋନମର ବାହାଘର ରାଜା ରଘୁବଂଶୀ ସହିତ କରାଇ ଦେଇଥିଲେ ।
ସୋନମ ସିନା ବାହା ହୋଇଯାଇଥିଲା । କିନ୍ତୁ ତା ମନ ଥିଲା ସେଇ ଚାକର ପାଖରେ । ରାଜା ରଘୁବଂଶୀ ସହିତ ବାହାଘର ପରେ ସୋନମ ତାର ପ୍ରେମିକ ସହ ମିଶି ରଚିଥିଲା ହତ୍ୟାର ଷଡଯନ୍ତ୍ର । ହନିମୁନ ଟ୍ରିପରେ ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ଯାଇଥିଲେ । ଏକ ବ୍ରିଜ ପାଖରେ ଦୁହିଁଙ୍କର ଶେଷ ଦେଖା ହୋଇଥିଲା । ତା ପରେ ପରେ ଉଭୟ ନିଖୋଜ ହୋଇଯାଇଥିଲେ । କିଛି ଦିନ ପରେ ରାଜା ରଘୁବଂଶୀର ମୃତ ଦେହ ଠାବ ହୋଇଥିଲା ।
ସୋନମ ଓ ରାଜା ବ୍ୟବହାର କରିଥିବା ଭଡା ସ୍କୁଟର ମଧ୍ୟ ମିଳିଥିଲା । ସୋନମର ଇସାରାରେ ସୁପାରି କିଲରମାନେ କିଛି ଏହିପରି ଢଙ୍ଗରେ ରାଜାର ହତ୍ୟା କରିଥାଇପାରନ୍ତି । କାହିଁକି ନା ସ୍ବାମୀକୁ ମାରିବା ପାଇଁ ପୁରା ପ୍ଲାନ ଆଗୁଆ ହିଁ ପ୍ରସ୍ତୁତ ହୋଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ଏକଥା ପୋଲିସ ଆଗରେ ସ୍ବିକାର କରିଛନ୍ତି ଯେ ସୋନମ ହିଁ ସେମାନଙ୍କୁ ରାଜାର ମର୍ଡର ପାଇଁ ସୁପାରି ଦେଇଥିଲା ।
ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ମୃତ୍ୟୁ ସସପେନ୍ସରୁ ଉଠୁଛି ପରଦା । ମାମଲାରେ ମେଘାଳୟ ପୋଲିସ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କୁ ଗିରଫ କରିଛି । ଜାଣିବାକୁ ମିଳିଛି ରାଜ କୁଶୱା ସହ ମିଶି ସୋନମ ସ୍ୱାମୀ ରାଜାଙ୍କୁ ହତ୍ୟା କରିଛି ।
ମେଘାଳୟ ଡିଜିପି କହିଛନ୍ତି- ଘଟଣାରେ ଇନ୍ଦୋରର ସୋନମଙ୍କ ସମେତ ରାଜ କୁଶୱା, ବିଶାଲ ଚୌହାନ ଏବଂ ଆକାଶ କୁଶୱା ୪ ଜଣଙ୍କୁ ଗିରଫ କରାଯାଇଛି । ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମ ୟୁପିର ଗାଜିପୁରରେ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସେହି ସମୟରେ, ବିଳମ୍ବିତ ରାତିରେ ଚଢାଉ କରି ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି । ୟୁପିରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ SIT ଇନ୍ଦୋରରୁ ଗିରଫ କରିଛି ।
ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜା ରଘୁବଂଶୀଙ୍କ ମାଆ । ୨୨ ମେ'ରେ ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ୍ ସିଲଂକୁ ହନିମୁନ ପାଇଁ ଯାଇଥିଲେ । ତା'ପରେ ହଠାତ୍ ସେମାନେ ନିଖୋଜ ହୋଇଯାଇଥିଲେ । ଏହାପରେ ଏସଆଇଟି ତଦନ୍ତ ପାଇଁ ମେଘାଳୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଜୁନ ୨ରେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପତ୍ନୀ ସୋନମଙ୍କ ରେନକୋଟ୍ ମିଳିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏହାକୁ ନେଇ ବଢିଥିଲା ସସପେନ୍ସ । ରାଜା ଓ ସୋନମଙ୍କ ବିବାହ ମେ ୧୧ରେ ହୋଇଥିଲା ।