Videos
|
National

Anbil Mahesh / ତାମିଲନାଡ଼ୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା DMK ତଥା ଅନବିଲ ମହେଶ ଗିରଫ

Sushanta Sahoo
Browse all articles by Sushanta Sahoo
·57 mins ago·2 min read
ତାମିଲନାଡ଼ୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା DMK ତଥା ଅନବିଲ ମହେଶ ଗିରଫ
Tamil Nadu Ex-Education Minister Anbil Mahesh Arrested

Key Points

୧୦୦ କୋଟି ଟଙ୍କାର ଲାଞ୍ଚ ମାମଲା
DMKର ପୂର୍ବତନ ଶିକ୍ଷାମନ୍ତ୍ରୀ ଅନବିଲ ମହେଶ ଗିରଫ
ଘରୋଇ ସ୍କୁଲକୁ ମାନ୍ୟତା ଦେବା ନାଁରେ ଟଙ୍କା ଆଦାୟ ଅଭିଯୋଗ
ଚେନ୍ନାଇ: ତାମିଲନାଡୁର ଡିଏମକେ (DMK) ନେତା ତଥା ପୂର୍ବତନ ସ୍କୁଲ ଶିକ୍ଷା ମନ୍ତ୍ରୀ ଅନବିଲ ମହେଶ ପୋୟାମୋଝିଙ୍କୁ ଗିରଫ ହୋଇଛନ୍ତି । ଅନବିଲ ମହେଶଙ୍କୁ ଚେନ୍ନାଇ ପୋଲିସର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (CCB) । ଘରୋଇ ସ୍କୁଲଗୁଡ଼ିକୁ ସରକାରୀ ଅନୁମତି ଓ ମାନ୍ୟତା ଦେବା ନାଁରେ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ମାଡ୍ରାସ ହାଇକୋର୍ଟ ଅନବିଲ ମହେଶଙ୍କ ଆଗୁଆ ଜାମିନ ଆବେଦନ ଅକ୍ଟୋବର ୨୬ (ସୋମବାର) ଖାରଜ କରିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ମହେଶ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ମାମଲାରେ ତଦନ୍ତ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ବନ୍ଧା ହେଲେ ସଫ୍ଟୱେର୍ ଇଞ୍ଜିନିୟର; ଦେଶ ସାରା ଦେଇଥିଲେ ୮ ଶହରୁ ଅଧିକ ଧମକ 

ପୂରା ମାମଲା କ’ଣ ?

ପୋଲିସ ଅନୁସାରେ, ତାମିଲନାଡୁର ଘରୋଇ ସ୍କୁଲ୍ ଗୁଡ଼ିକୁ ସ୍ଥାୟୀ ମାନ୍ୟତା, ସ୍କୁଲର ଉନ୍ନତିକରଣ ଓ କୋଠା ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ଅନୁମତି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲାରେ ୧୭୭ରୁ ଅଧିକ ଘରୋଇ ସ୍କୁଲର ପରିଚାଳନା କମିଟି ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ତଥ୍ୟ ପାଇଥିବା କହିଛି । ସ୍କୁଲ୍ ଗୁଡ଼ିକଠାରୁ ଆଦାୟ ହୋଇଥିବା ଟଙ୍କାକୁ ‘ପାର୍ଟି ଫଣ୍ଡ୍‌’ ବୋଲି ଦର୍ଶାଯାଇଥିବା ମଧ୍ୟ ପୋଲିସ ଅଭିଯୋଗ କରିଛି । ତେବେ ୧୦୦ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ଏବେ ତଦନ୍ତ ପର୍ଯ୍ୟାୟରେ ରହିଛି; ଏହା ଅଦାଲତରେ ପ୍ରମାଣିତ ହୋଇନାହିଁ ।

ତଦନ୍ତରେ କ’ଣ ମିଳିଲା ?

ଚେନ୍ନାଇ ପୋଲିସର ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ଅନୁସାରେ, ଏହି ମାମଲାରେ ଏକ ଅଣପଞ୍ଜୀକୃତ ସଂଗଠନର ଭୂମିକା ରହିଛି । ବି.ଟି. ଅରାସାକୁମାରଙ୍କ ନେତୃତ୍ୱରେ ଏହି ସଂଗଠନ ଘରୋଇ ସ୍କୁଲ୍ ଗୁଡ଼ିକଠାରୁ ଟଙ୍କା ଆଦାୟ କରିଥିବା ତଦନ୍ତକାରୀ ସଂସ୍ଥା କହିଛି ।

ତଦନ୍ତକାରୀଙ୍କ ଅଧିକାରୀଙ୍କ ଦାବି ଅନୁସାରେ, ଏହି ମାମଲାରେ ଏପର୍ଯ୍ୟନ୍ତ ୧୭.୨୬ କୋଟି ଟଙ୍କାର ସନ୍ଦେହ ଜନକ କାରବାରର ତଥ୍ୟ ମିଳିଛି । ଡିଜିଟାଲ ଉପକରଣରୁ ମିଳିଥିବା ତଥ୍ୟ ଓ କିଛି ବ୍ୟକ୍ତିଙ୍କ ବୟାନ ଆଧାରରେ ମହେଶଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଛି । ଏହି ମାମଲାରେ ତାଙ୍କୁ ପଞ୍ଚମ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି ।

ମାଡ୍ରାସ ହାଇକୋର୍ଟରେ କ’ଣ ହେଲା ?

ଅନବିଲ ମହେଶ ଗିରଫଦାରୀରୁ ସୁରକ୍ଷା ପାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ସୋମବାର ଅକ୍ଟୋବର ୨୬ରେ ମାଡ୍ରାସ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ଯାହା ପରେ ଚେନ୍ନାଇ ପୋଲିସ ତାଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ଆଖି ଲୁହରେ ଭରିଯିବ ! ବଡ଼ ହୃଦୟ ଦେଖାଇଲେ ଅନନ୍ତ, ଡେଲିଭରି ବୟଙ୍କୁ ଦେଲେ ସ୍କୁଟର ଉପହାର 

ଅନ୍ୟପଟେ, ମହେଶ ତାଙ୍କ ବିରୋଧରେ ରୁଜୁ ଏଫ୍‌ଆଇଆର୍‌କୁ ରଦ୍ଦ କରିବା ପାଇଁ ମଧ୍ୟ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ଡିଏମକେ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ତାମିଲନାଡୁର ଶାସକ ଦଳ ଟିଭିକେ (TVK) ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ୍‌ କରିବା ପାଇଁ ତଦନ୍ତକାରୀ ସଂସ୍ଥାର ବ୍ୟବହାର କରୁଛି ।