Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଉ କିଛି ସମୟ ପରେ ଭାରତରେ ଇଂରାଜୀ ନୂଆ ବର୍ଷ

National

ଆଉ କିଛି ସମୟ ପରେ ଭାରତରେ ଇଂରାଜୀ ନୂଆ ବର୍ଷ

Rashmita Mishra
Browse all articles by Rashmita Mishra
·1 year ago
ଆଉ କିଛି ସମୟ ପରେ ଭାରତରେ ଇଂରାଜୀ ନୂଆ ବର୍ଷ

ଅର୍ଗସ ବ୍ୟୁରୋ: ରଙ୍ଗୀନ ଆଲୋକରେ ଝଲସିଲା କଙ୍ଗାରୁ ଦେଶ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ପରେ ଅଷ୍ଟ୍ରେଲିଆ ସିଡନୀକୁ ଛୁଇଁଛି ନୂଆବର୍ଷ 2025 । ସିଡନୀବାସୀ ରଙ୍ଗବେରଙ୍ଗର ଲାଇଟ ଓ ଆତସବାଜୀରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଭାରତରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକିଥିବାବେଳେ ବିଶ୍ବର କିଛି ସ୍ଥାନରେ ନୂଆ ବର୍ଷ ପାଦ ଥାପି ସାରିଛି। ନ୍ୟୁଜିଲାଣ୍ଡର ଅକଲାଣ୍ଡବାସୀ ନୂତନ ବର୍ଷକୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି। କାରଣ ନ୍ୟୁଜିଲ୍ୟାଣ୍ଡରେ ନୂତନ ବର୍ଷ ସର୍ବପ୍ରଥମେ ପାଦ ଥାପିଛି। ନ୍ୟୁଜିଲ୍ୟାଣ୍ଡର ଉଚ୍ଚତମ ସ୍କାଏ ଟାୱାରରେ ଆତସବାଜି ସହିତ ଅକଲ୍ୟାଣ୍ଡ ବାସିନ୍ଦା ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆରେ ସିଡନୀରେ ନୂଆବର୍ଷକୁ ଧୁମଧାମରେ ସ୍ବାଗତ କରାଯାଇଛି । ଆତସବାଜୀ ଏବଂ ଲାଇଟ୍ ସୋରେ ଝଲସିଛି ସିଡନୀ ବ୍ରିଜ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
and-after-some-time-the-english-new-year-in-india | Argus News